ଭୁବନେଶ୍ବର: ସୁନ୍ଦରପଦା ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା କେଶରୀ ସିନେମା ହଲ୍ ମାଲିକ ପ୍ରକାଶ ନନ୍ଦ(ଗାମା)ଙ୍କର ବୁଧବାର ସକାଳ ୫ଟା ୪୫ମିନିଟ୍ରେ ଏକ ଘରୋଇ ହସ୍ପିଟାଲ୍ରେ ପରଲୋକ ହୋଇଛି। ଦୀର୍ଘ ଦିନ ହେବ ସେ କାମଳ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ଝିଅ, ଜ୍ବାଇଁ ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ମୃତ୍ୟୁ ଖବର ପାଇବା ପରେ ଭୁବନେଶ୍ବର ତଥା ସୁନ୍ଦରପଦା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ହସ୍ପିଟାଲ୍ରେ ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମରଶରୀରକୁ କେଶରୀ ହଲ୍ ପରିସରକୁ ନଆଯାଇଥିଲା। ସେଠାରେ ଭାରତ ଭଞ୍ଜଦେଓଙ୍କ ସମେତ ସମସ୍ତ କର୍ମଚାରୀ ଶେଷ ଦର୍ଶନ କରିଥିଲେ। ପରେ ସେ ରହୁଥିବା ‘କେଶରୀ ଭବନ’କୁ ମରଶରୀର ଅଣାଯାଇଥିଲା। ସେଠାରେ ପରିବାରବର୍ଗଙ୍କ ସମେତ ଅଞ୍ଚଳର ବରିଷ୍ଠ ନାଗରିକମାନେ ଶେଷ ଦର୍ଶନ କରିଥିଲେ। ପରେ ପୁରୀ ସ୍ବର୍ଗଦ୍ବାର ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା।
ସମାଜସେବୀ ପ୍ରକାଶ ନନ୍ଦଙ୍କ ପରଲୋକ
/sambad/media/post_attachments/wp-content/uploads/2022/08/dzdaggdagdadagdagdag.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)