ଚନ୍ଦ୍ରଶେଖରପୁର: ସହୋଦୟ ଫୁଟବଲ୍ ଅନ୍ତଃବିଦ୍ୟାଳୟ ପ୍ରତିଯୋଗିତା-୨୦୨୨ ଉଦ୍ଯାପିତ ହୋଇଯାଇଛି। ଓଡିଏମ୍ ସ୍କୁଲ ପରିସରରେ ଗତ ଦୁଇଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରାଜ୍ୟର ୧୭ଟି ସ୍କୁଲ ଅଂଶଗ୍ରହଣ କରିଥିଲେ। ଫାଇନାଲ୍ ମ୍ୟାଚ୍ରେ ବାଳକ ବିଭାଗରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ୪-୦ ଗୋଲ୍ରେ ବିଜେଇଏମ୍ ସ୍କୁଲକୁ ପରାସ୍ତ କରି ବିଜୟ ହୋଇଛି।
ଫାଇନାଲ୍ ଗୋଲ୍ଟି ସମିକ୍ ମୁଖାର୍ଜୀ ଦେଇ ଦଳ ପାଇଁ ବିଜୟକୁ ସୁନିଶ୍ଚିତ କରାଇଥିଲେ। ସେହିପରି ସହୋଦୟ ଟେନିସ୍ ଅନ୍ତଃବିଦ୍ୟାଳୟ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଓ ମଦର ପବ୍ଳିକ୍ ସ୍କୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ରନର୍ସଅପ୍ ହୋଇଛି। ସାଇ ଇଣ୍ଟରନ୍ୟାସନାଲ୍ର ଚେୟାରପର୍ସନ୍ ଶିଳ୍ପୀ ସାହୁ ଫୁଟବଲ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/44-17.jpg)