ଚନ୍ଦ୍ରଶେଖରପୁର: ସୈନିକ ସ୍କୁଲ ନିକଟ ଟିଟିଏସ୍ରୁ ଜାନୁଆରି ସୁଦ୍ଧା ଅଳିଆ ସାରିବା ନେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରତିଶ୍ରୁତି ଦେଇଥିଲେ। ଧାର୍ଯ୍ୟ ସମୟ ଗଡ଼ିଗଲା। ଜାନୁଆରି ଯାଇ ମାର୍ଚ୍ଚ ଶେଷ ହେବାକୁ ବସିଲାଣି। ମାତ୍ର ଏହି ଡର୍ମ୍ପିଂୟାର୍ଡରୁ ଅଳିଆ ଶେଷ ହେଉ ନାହିଁ। ବରଂ ଅଳିଆ ଗଦା ପାଇଁ ସୈନିକ ସ୍କୁଲ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି। ସୈନିକ ସ୍କୁଲ ସ୍ଥାନାନ୍ତର ପ୍ରସଙ୍ଗରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ଆଜି ବିଧାନସଭାରେ ମନ୍ତ୍ରୀ ଶ୍ରୀ ମହାପାତ୍ର ପୁଣିଥରେ ପୁରୁଣା ପ୍ରତିଶ୍ରୁତି ଦୋହରାଇଛନ୍ତି। ସେ କହିଛନ୍ତି ଯେ ନିକଟ ଭବିଷ୍ୟତରେ ଟିଟିଏସ୍କୁ ଆବର୍ଜନା ମୁକ୍ତ କରିବାକୁ ସେଠାରେ ୧୫ ଟନ୍ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ, ୧୦ ଟନ୍ ବିଶିଷ୍ଟ ପ୍ଲାସମା ଇନ୍ସିନେରେଟର ଓ ପଳାଶୁଣୀଠାରେ ୧୫୦ ଟନ୍ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ନିର୍ମାଣ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ଏହାଦ୍ବାରା ଟିଟିଏସ୍ର ସ୍ଥିତି ଆଉ ରହିବ ନାହିଁ।
ସେହିପରି ଟିଟିଏସ୍ରେ ଦୁର୍ଗନ୍ଧ ନିୟନ୍ତ୍ରଣ କରିବାକୁ ଦ୍ରୁତ କମ୍ପୋଷ୍ଟିଙ୍ଗ୍କୁ ସହଜ କରିବାକୁ ଯାନ୍ତ୍ରିକୀକରଣ ମୋଡ୍ରେ କାର୍ଯ୍ୟ କରାଯାଉଛି, ଯାହାକି ଦୁର୍ଗନ୍ଧକୁ ହ୍ରାସ କରିବାରେ ସାହାଯ୍ୟ କରିବ। ସେସ୍-ପୁଲ୍ ଯାନ ବ୍ୟବହାର କରି ଲିଚେଟ୍କୁ ଦକ୍ଷତାର ସହ ଅପସାରଣ କରିବା, ଆବର୍ଜନା ପ୍ରକ୍ରିୟାକରଣ ପରେ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ସଫା କରିବାକୁ ସୁନିଶ୍ଚିତ କରାଯାଉଛି। ଆବର୍ଜନା ପ୍ରକ୍ରିୟାକରଣ ପରେ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ସଫା କରିବା ଉପରେ ଗୁରୁତ୍ବ ଦିଆଯାଉଛି। ପ୍ରତିଦିନ ଡିଓଡୋରାଇଜର, ବାୟୋ-ଇନୋକୁଲାଣ୍ଟ ବ୍ୟବହାର ହେଉଛି। ଏହାର ସୀମାରେଖା ଉପରେ ଗଛ ଲଗାଯାଉଛି। ସମସ୍ୟାର ସମାଧାନ ପାଇଁ ୱେଷ୍ଟ ଟୁ ଏନର୍ଜି ପଦ୍ଧତି ବ୍ୟବହାର କରାଯିବ। ଖୁବଶୀଘ୍ର ଏକ ଟିମ୍ ଚେନ୍ନାଇ ଓ ଦିଲ୍ଲୀ ଯାଇ ପ୍ରକ୍ରିୟାକରଣ ଅନୁଧ୍ୟାନ କରିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/19/L6nQ7z1igoSlaELCirfW.jpg)