କାଏମ ରହିଲା ସୋମାଣା ସରପଞ୍ଚଙ୍କ ପଦ

ବାଲିପାଟଣା : ବାଲିପାଟଣା ବ୍ଲକ ଅନ୍ତର୍ଗତ ସୋମଣା ପଞ୍ଚାୟତର ସରପଞ୍ଚ ଅକ୍ଷୟ ପ୍ରଧାନଙ୍କ ପଦ କାଏମ୍‌ ରହିଛି। ସରପଞ୍ଚ ପଦରୁ ହଟାଇବା ପାଇଁ ତାଙ୍କ ବିରୋଧରେ ଦାୟର୍‌ ମକଦ୍ଦମାକୁ କୋର୍ଟ ଖାରଜ କରିଦେଇଛନ୍ତି।

ସୂଚନାନୁଯାୟୀ, ଶିବାନନ୍ଦ ବିଶ୍ବାଳ ନାମକ ଜଣେ ବ୍ୟକ୍ତି ଅକ୍ଷୟଙ୍କ ବିରୋଧରେ ଭୁବନେଶ୍ବର ସିଭିଲ୍‌ ଜଜ୍‌ ଜୁନିୟର୍‌ କୋର୍ଟ‌ରେ ଏକ ମକଦ୍ଦମା କରିଥିଲେ। ଅକ୍ଷୟଙ୍କ ୩ଟି ସନ୍ତାନ ଅଛନ୍ତି, ତେଣୁ ସରପଞ୍ଚ ପଦ ପାଇଁ ସେ ଅଯୋଗ୍ୟ ବୋଲି ଅଭିଯୋଗ କରିଥିଲେ। କିନ୍ତୁ ସମସ୍ତ ତଥ୍ୟ ପ୍ରମାଣ ଦାଖଲ ପରେ ପ୍ରକୃତ କଥା ପଦାକୁ ଆସିଥିଲା। ଅକ୍ଷୟଙ୍କର ଦୁଇଟି ସନ୍ତାନ ଅଛନ୍ତି। ଅଭିଭାବକ ହିସାବରେ ସେ ସ୍କୁଲରେ ତାଙ୍କ ଭାଇଙ୍କ ଝିଅର ନାମ ଲେଖାଇଛନ୍ତି। ତେଣୁ ବିଚାରପତି ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖାରଜ କରିଥିଲେ।

ସମ୍ବନ୍ଧିତ ଖବର