ବୃଦ୍ଧ ମା’ବାପାଙ୍କୁ ମାଡ଼ ମାରି ଘରୁ ତଡ଼ିଦେଲା ପୁଅ

ଅସହାୟ ବୃଦ୍ଧ ଦମ୍ପତି ଥାନାରେ

ଭୁବନେଶ୍ୱର: ଜଣେ ପୁଅ ତାର ବୃଦ୍ଧ ବାପା ମାଙ୍କୁ ମାଡ଼ମାରି ଘରୁ ତଡ଼ିବା କଥା ସାଧାରଣରେ ଅଲୋଡ଼ନ ସୃଷ୍ଟି କରିଛି। ଏନେଇ ବୃଦ୍ଧ ଦମ୍ପତ୍ତି ଆଜି ସହିଦନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ ବାସୁଆଘାଇ ବାଙ୍କୁଆଳ ଗାଁରେ ମଧୂସୁଦନ ନନ୍ଦ ନାମକ ଜଣେ ବୃଦ୍ଧ ଦୀର୍ଘ ବର୍ଷ ତାଙ୍କ ପରିବାର ସହ ସେହି ଗ୍ରାମରେ ରହି ଆସୁଛନ୍ତି। ବୃଦ୍ଧଙ୍କ କହିବାନୁଯାୟୀ ତାଙ୍କ ପୁଅକୁ ବିବାହ କରିଲା ପରେ କଛି ଦିନ ଠିକଠାକ ଥିଲା। ବିବାହର ମାସେ ପରେ ପୁଅ ସୁଧୀରରଞ୍ଜନ ବୋହୂ ଦୁଇଜଣ ଯାକ ମିଶି ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ। ଏମିତିକି ଠିକରେ ଖାଇବାକୁ ଦେଉନଥିଲେ। ଗତ ୧୪ ତାରିଖ ଦିନ ସଧୂସୁଦନଙ୍କ ଝିଅ ତାଙ୍କ ଘରକୁ ବୁଲିବାକୁ ଆସିଥିଲା। ସେ ତାଙ୍କ ଭାଇଙ୍କୁ ବାପା ମାଙ୍କ ଉପରେ ଏମିତି କାହିଁକି କରୁଛି ବୋଲି ପଚାରିବାରୁ ଏଥିରେ ତାଙ୍କ ପୁଅ ଉତକ୍ଷିପ୍ତ ହୋଇ ତାଙ୍କ ଗାଳିଗୁଲଜ କରିଥିଲା। ଏହାକୁ ମଧୂସୁଦନ ବାରଣ କରିବାରୁ ସୁଧୀର ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ମାରିଥିଲା। ବିଭିନ୍ନ ସମୟରେ ସାହି ଲୋକଙ୍କ ଆଗରେ ଆମକୁ ଗାଳିଗୁଲଜ କରିବାସହ ଜୀବନରେ ମାରିଦେବାକୁ ଧମକ ଦେଉଥିଲା ବୋଲି ସୁଧୀରର ମା ପ୍ରେମଲତା ଅଭିଯୋଗ କରିଛନ୍ତି। ଦୁଇ ଦିନ ହେବ ସେମାନେ ପୁଅ ବୋହୂର ଅତ୍ୟାଚାରର ଶିକାର ହୋଇ ସହିଦନଗର ଥାନରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ବୃଦ୍ଧ ଦମ୍ପତ୍ତି। ଅନ୍ୟପକ୍ଷରେ ଏନେଇ ଆମ ପାଖରେ କିଛି ଅଭିଯୋଗ ହୋଇନାହିଁ। ଅଭିଯୋଗ ପାଇଲେ ଆମେ ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ଜଣେ ସହିଦ ନଗର ଥାନୋର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର