ବାପାକୁ ଆକ୍ରମଣ, ଜେଲ୍‌ ଗଲା ପୁଅ

ବୋହୂକୁ ମାଡ଼ ମାରି ଜେଲ୍‌ ଗଲେ ଶ୍ବଶୁର

ଧଉଳି : ବାପାକୁ ମାଡ଼ ମାରି ଆହତ କରିବା ଅଭିଯୋଗରେ ଧଉଳି ଥାନା ପୁଲିସ ଆଜି ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟରୁ ତାକୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ସେ ହେଲା, ଉକ୍ତ ଥାନା ଅଧୀନ ଟିକରପଡ଼ା ଗ୍ରାମର ସୁରେନ୍ଦ୍ର କୁମାର ସ୍ବାଇଁ (୨୮)। ସୁରେନ୍ଦ୍ରଙ୍କ ବିରୋଧରେ ତାଙ୍କ ବଡ଼ ଭାଇ ରବୀନ୍ଦ୍ର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗତକାଲି ସଂଧ୍ୟାରେ ସୁରେନ୍ଦ୍ରଙ୍କ ପରିବାରରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁରେନ୍ଦ୍ର ତାଙ୍କ ବାପା ଭାସ୍କର ସ୍ବାଇଁଙ୍କୁ ପନିକିରେ ଆକ୍ରମଣ କରିଥିଲେ।

ବୋହୂକୁ ମାଡ଼ ମାରି ଜେଲ୍‌ ଗଲେ ଶ୍ବଶୁର

ବାଲିଅନ୍ତା : ବୋହୂକୁ ମାଡ଼ ମାରିବା ଅଭିଯୋଗରେ ବାଲିଅନ୍ତା ଥାନା ପୁଲିସ୍‌ ଅଭିଯୁକ୍ତ ଶ୍ବଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ, ଭିଙ୍ଗାରପୁର ଗ୍ରାମର ରଘୁନାଥ ସେନାପତି (୫୮)। ଅଭିଯୋଗ ମୁତାବକ, ପାରିବାରିକ କଳହକୁ କେନ୍ଦ୍ର କରି ଗତକାଲି ପୂର୍ବାହ୍ନରେ ଉକ୍ତ ପରିବାରରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବୋହୂ ବାସନ୍ତୀକୁ ରଘୁନାଥ ମାଡ଼ ମାରିଥିଲେ। ଏ ସଂପର୍କରେ ବାସନ୍ତୀଙ୍କ ସାନଭଉଣୀ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଥାନାରେ କେସ୍ ନଂ. ୧୮୩ /୧୯ରେ ଏକ ମାମଲା ରୁଜୁ ହୋଇଛି। ଜାମିନ୍‌ ନାମଞ୍ଜୁର ହେବାରୁ ରଘୁନାଥଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର