ପୁଣି ‘ଆହେ ନୀଳ ଶଇଳ’ ଗାଇଲେ ସୋନା

ଭୁବନେଶ୍ବର: କରୋନା ମହାମାରୀ ପ୍ରକୋପରେ ପୂରା ମଣିଷ ସମାଜ ଭାଙ୍ଗି ପଡ଼ିଥିବା ବେଳେ ପ୍ରଖ୍ୟାତ ବଲିଉଡ୍‌ ଗାୟିକା ତଥା ଓଡ଼ିଆ ଝିଅ ସୋନା ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣାଶୁଣା ଭଜନ ‘ଆହେ ନୀଳଶୈଳ’କୁ ନିଆରା ଢଙ୍ଗରେ ଗାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ମହାପ୍ରଭୁଙ୍କ ଏହି ଭଜନକୁ ସେ ମାତୃଭୂମି ପାଇଁ ସମର୍ପିତ କରିଛନ୍ତି। ଏପରି ଦୁଃସମୟରେ ଏହି ଗୀତ ଓଡ଼ିଶାବାସୀଙ୍କୁ ଶାନ୍ତ ରଖିବା ସହ ଶକ୍ତି ଦେବ ବୋଲି ସେ ଆଶା ରଖିଛନ୍ତି।

ଟ୍ବିଟ୍‌ କରି ସୋନା ଏହା କହିବା ସହ ପ୍ରତିଟି ଓଡ଼ିଆ ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି। ସୋନା କହିଛନ୍ତି, ଏହି ଭଜନ ପ୍ରସ୍ତୁତ କରିବାକୁ ମୁଁ ୭୨ ଘଣ୍ଟା ଧରି ପ୍ରୟାସ କରିଛି। ଭକ୍ତ ସାଲବେଗଙ୍କ ରଚିତ ଏହି ଭଜନ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ ମାନସିକସ୍ତରରେ ଦୃଢ଼ ରଖିବା ସହ ସୁସ୍ଥ ରଖିବାରେ ସାହାଯ୍ୟ କରିବ ବୋଲି ମୁଁ ଆଶା କରୁଛି। ଗତରାତିରେ ସୋନାଙ୍କ ୟୁ-ଟ୍ୟୁବ୍‌ ଚ୍ୟାନେଲରେ ମୁକ୍ତିଲାଭ କରିଥିବା ଏହି ଭଜନଟି ୩ ମିନିଟ ୫୯ ସେକେଣ୍ଡର। ସୂଚନାଯୋଗ୍ୟ, ଓଡ଼ିଶାର ଘରେ ଘରେ ପରିଚିତ ଏହି ଭଜନ ‘ଆହେ ନୀଳଶୈଳ…ର ରିମେକ୍‌ କରି ପାଖାପାଖି ୨ ବର୍ଷ ତଳେ ସୋନା ବିବାଦକୁ ଆସିଥିଲେ।

ସମ୍ବନ୍ଧିତ ଖବର