ଭୁବନେଶ୍ୱର : ‘ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍’ (ଇଏମ୍ଡି)ର କେବୁଲ୍ ଅପରେଟର୍ମାନଙ୍କ ପକ୍ଷରୁ ରାଜ୍ୟସଭା ସାଂସଦ ତଥା ଇଏମ୍ଡିର ମୁଖ୍ୟ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଛି। ଆଜି ‘ସମ୍ବାଦ’ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବୈଠକରେ ଡିଜିଏମ୍ ବିନୋଦ ପଣ୍ଡା, ଅର୍ଥ ବିଭାଗ ମୁଖ୍ୟ ପ୍ରହ୍ଲାଦ ଦାସ, ଇଏମ୍ଡିର ସିଓଓ ଦିଲ୍ଲୀପ କୁମାର ଭୂୟାଁଙ୍କ ଉପସ୍ଥିତିରେ ଅପରେଟର୍ ଭାଇମାନେ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରିଥିଲେ।
ଏହି ଅବସରରେ ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍ ଭଲ ସେବା ସହ ଅଧିକ ଚ୍ୟାନେଲ୍ ଉଚିତ୍ ମୂଲ୍ୟରେ ଯୋଗାଇ ଦେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଅପରେଟର୍ ଗଣେଶ ସାହୁ, ରଂଜନ ସାହୁ, ଅଜିତ ପଣ୍ଡା, ପ୍ରଦୀପ ଦାସ, ରାଜକିଶୋର ଖୁଣ୍ଟିଆ, ବିଜୟ ସ୍ୱାଇଁ, ସଂଜୟ ସ୍ୱାଇଁ, ମନୋଜ ମହାନ୍ତି, ଆଶିଷ ରଂଜନ ମହାନ୍ତି, ସେସୁ, ସୋମନାଥ ସେଠୀ, ଅଜିତ କୁମାର ମହାନ୍ତି, ମହେଶ ମନ୍ତ୍ରୀ, ଲକ୍ଷ୍ମଣ ମହାପାତ୍ର, ଉମାକାନ୍ତ ସ୍ୱାଇଁ, ନରେଶ ରାଓ, ବଳରାମ ରାଉତ, ପ୍ରଭାତ ସେନାପତି, ରଂଜିତ ମହାନ୍ତି, ମନୋହର ଦାସ, ଶିବନାରାୟଣ ରାୟ, ବସନ୍ତ ଗରାବଡ଼ୁ, ସ୍ମୃତିରଂଜନ ଚୌଧୁରୀ, ସତ୍ୟବ୍ରତ ଜେନା, ପବିତ୍ର ଦାସଙ୍କ ସମେତ ପବିତ୍ର ପତି, ଗଗନ ବିହାରୀ ମହାନ୍ତି, ସୁବ୍ରତ ଜେନା, ପ୍ରଦୋଷ ବେଉରା, ରମାକାନ୍ତ ମହାପାତ୍ର, ବାସୁଦେବ ମହାରଣା, ଅଜୟ ରଣା, ଶୁଭକାନ୍ତ ଶୁକ୍ଳା, ସ୍ୱୟଂ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।