ସୌମ୍ୟରଞ୍ଜନଙ୍କୁ ‘ଉତ୍କଳ ସ୍ୱାଭିମାନ’ ସମ୍ମାନ

କଟକ : ‘ସମ୍ବାଦ’ର ସଂପାଦକ ତଥା ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ‘ଉତ୍କଳ ସ୍ୱାଭିମାନ ସମ୍ମାନ’ ପ୍ରଦାନ କରାଯାଇଛି। ଓଡ଼ିଶା ବୁକ୍‌ ଏମ୍ପୋରିୟମ ପକ୍ଷରୁ ଶତାବ୍ଦୀଭବନରେ ଆୟୋଜିତ ଡାକ୍ତର ଦୁର୍ଯ୍ୟୋଧନ ଦାସ ପୁସ୍ତକ ‘ସଂଭୋଗ ସଂହିତା’(ପ୍ରଥମ ଓ ଦ୍ୱିତୀୟ ଭାଗ) ଉନ୍ମୋଚନ ଉତ୍ସବରେ ଶ୍ରୀ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ବିଜୟାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପଟ୍ଟନାୟକ ‘ସଂଭୋଗ ସଂହିତା’ ପୁସ୍ତକ ଦୁଇଟିକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରିଥିଲେ। ମହାନଗର ଶାନ୍ତି କମିଟି ପକ୍ଷରୁ ଭିକାରୀ ଦାସ, ବରିଷ୍ଠ ନାଗରିକ ମହାସଭା ପକ୍ଷରୁ କୃପାସିନ୍ଧୁ ମିଶ୍ର, ଜଗମୋହନ ରାଠୋର୍‌ ସ୍ମୃତି ସଂସଦ ପକ୍ଷରୁ ଡାକ୍ତର ପ୍ରସନ୍ନ କୁମାର ରାଠୋର, ଭେଟେରାନ ଫୁଟବଲ୍‌ ଆସୋସିଏସନ୍‌ ପକ୍ଷରୁ ଭକ୍ତବଲ୍ଳଭ ଦାସ, ଓଡ଼ିଶା ବୁକ୍‌ ଏମ୍ପୋରିୟମ୍‌ ପକ୍ଷରୁ ଶୁଭାଶିଷ କର, ପଟ୍ଟାପୋଲ ଆବାସିକ ସଂଘ ପକ୍ଷରୁ ଏନ୍‌. ନୀଳାଦ୍ରି ରାଓ, କରାଟି ସେଣ୍ଟର ପକ୍ଷରୁ ନିତାଇ ଶଙ୍କର ଗୁଇଁ, କାଠଯୋଡ଼ି ମହିଳା ସମିତି ପକ୍ଷରୁ ସରୋଜିନୀ ମିଶ୍ର, ‘ମାୟା’ ପତ୍ରିକା ପକ୍ଷରୁ ବ୍ରହ୍ମାନନ୍ଦ ବିଶ୍ୱାଳ, ଆଶା ଓ ଆଶ୍ୱାସନା ପକ୍ଷରୁ ଡି. ପ୍ରକାଶ ରାଓ, ସର୍ବେଶ୍ୱର ବାରିକ, ଅଶୋକ ମହାନ୍ତି, ଦୀପକ କୁମାର ମହାନ୍ତି, କିଶୋର କର, ସହଦେବ ରାଉତ, ପ୍ରଫେସର ଡାକ୍ତର କୃପାସିନ୍ଧୁ ପଣ୍ଡା, ଫିରିଙ୍ଗ ବଜାର ପୂଜା କମିଟି ପକ୍ଷରୁ ନରେଶ ଚନ୍ଦ୍ର ସାହୁ, ଜଗମୋହନ ପଟ୍ଟନାୟକ ପ୍ରମୁଖ ସାଂସଦ ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ୍‌ ପ୍ରାରମ୍ଭିକ ସୂଚନା ଓ କମଳ ମାହୁନ୍ତ ମାନପତ୍ର ପାଠ କରିଥିବା ବେଳେ ଗାଳ୍ପିକ ଡକ୍ଟର ତରୁଣ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର