ଭୁବନେଶ୍ୱର: ରାଜଧାନୀର ସ୍ପା’ ଓ ମସାଜ ସେଣ୍ଟର ଅଶଡ଼ ବିଦେଶିନୀଙ୍କ ଚରାଭୂଇଁ ପାଲଟି ଗଲାଣି। ବିଗତ କିଛି ମାସର ଘଟଣା ଉପରେ ନଜର ପକାଇଲେ ଏହା ସ୍ପଷ୍ଟ ହୋଇଯିବ। କମ୍ ସମୟରେ ମୋଟା ଅଙ୍କର ଅର୍ଥ ରୋଜଗାରର ନିଶା ତାଙ୍କୁ ରାଜଧାନୀକୁ ଟାଣି ଆଣୁଛି। ଆଉ ସେମାନଙ୍କୁ ଏଠାକୁ ଆଣିବା ପଛରେ ଏକ ବଡ଼ ର୍ୟାକେଟ୍ କାମ କରୁଥିବା କମିସନ୍ରେଟ୍ ପୁଲିସ ଅନୁମାନ କରୁଛି। ବିଦେଶରୁ ଟୁରିଷ୍ଟ ଓ ବିଜ୍ନେସ୍ ଭିସାରେ ଆସି ଏହି ବିଦେଶିନୀମାନେ ରାଜଧାନୀର ବିଭିନ୍ନ ନାମୀଦାମୀ ସ୍ପା’ ଓ ମସାଜ ସେଣ୍ଟରେ ଅନୈତକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଟୁରିଷ୍ଟ ଭିସା ପାଇଥିବା ବ୍ୟକ୍ତି କୌଣସି ସ୍ଥାନରେ ଚାକିରି କରିପାରିବେ ନାହିଁ ବୋଲି ସର୍ତ୍ତାବଳୀ ଥିଲେ ମଧ୍ୟ ସେମାନେ ମାସ ମାସ ଧରି ଏଠାରେ ସ୍ପା’ ଓ ମସାଜ ସେଣ୍ଟରରେ କାମ କରୁଛନ୍ତି। ସେକ୍ସ କାରବାରରେ ଲିପ୍ତ ରହି ଅଜସ୍ର ଟଙ୍କା ରୋଜଗାର କରୁଛନ୍ତି। ୨-୩ ମାସ କାମ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କଲା ପରେ ନିଜ ଦେଶକୁ ଫେରି ଯାଉଛନ୍ତି। ପରେ ସେମାନଙ୍କ ମାଧ୍ୟମରେ ଅନ୍ୟ ବିଦେଶିନୀ ଏଠାରେ ପାଦ ଥାପୁଛନ୍ତି।ଗତ ୨୦୧୭ ନଭେମ୍ବରରେ ଖାରବେଳନଗର ଥାନା ପୁଲିସ ସେକ୍ସ ର୍ୟାକେଟ୍ରେ ସମ୍ପୃକ୍ତ ଥିବା ଜଣେ ଉଜବେକିସ୍ତାନ ଯୁବତୀଙ୍କୁ ଗିରଫ କରିଥିଲା। ଠିକ୍ ଏହାର ୧୫ ଦିନ ମଧ୍ୟରେ ଖାରବେଳନଗର ଥାନା ପୁଲିସ ୟୁନିଟ୍-୩ ଅଞ୍ଚଳରେ ଥିବା ଜଣେ ଶିଳ୍ପପତିଙ୍କ ଘରେ ଚାଲିଥିବା ହେଭେନ୍ ଥାଇସ୍ପା’ରୁ ଆଉ ଏକ ସେକ୍ସ ର୍ୟାକେଟ୍ ଠାବ କରି ୩ ଥାଇଲାଣ୍ଡ ଯୁବତୀଙ୍କୁ ଉଦ୍ଧାର କରିଥିଲା। ସେହିପରି ଗତ ଶନିବାର କ୍ୟାପିଟାଲ ଥାନା ପୁଲିସ ବାପୁଜୀନଗରସ୍ଥିତ ଏଚ୍ଟୁଓ ମସାଜ ସେଣ୍ଟରରୁ ୮ ଥାଇ ଯୁବତୀଙ୍କୁ ଉଦ୍ଧାର କରିବାରୁ ଜଣାଯାଉଛି ଯେ ଏହି ବେଆଇନ କାରବାର ପଛରେ ଏକ ବଡ଼ ର୍ୟାକେଟ୍ କାମ କରୁଛି। ଏମାନେ କାହା ଜରିଆରେ ଭାରତ ତଥା ଓଡ଼ିଶା ଆସୁଛନ୍ତି, ସେ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଦେଇଛି। ତେବେ ଏହି କାରବାର ପଛରେ କୌଣିସ ଏକ ନିର୍ଦ୍ଦିଷ୍ଟ ଦଲାଲ ସଂସ୍ଥା କାମ କରୁଛି ନା ଭିନ୍ନ ଭିନ୍ନ ଲୋକଙ୍କ ମାଧ୍ୟମରେ ଏଠାକୁ ଯୁବତୀ ଆସୁଛନ୍ତି, ସେ ସଂପର୍କରେ ପୁଲିସ ଏ ପର୍ଯ୍ୟନ୍ତ ଟେର୍ ପାଇନାହିଁ। ତେଣୁ ଏହି ବେଆଇନ କାରବାର ଉପରେ ରୋକ୍ ଲଗାଇବା ପାଇଁ କମିସନରେଟ୍ ପୁଲିସ ଏବେ ଅଣ୍ଟା ଭିଡ଼ିଛି। ଏଣିକି ପୁଲିସ ରାଜଧାନୀକୁ ବାହାରୁ ଆତଯାତ ବିଦେଶିନୀଙ୍କ ଟିକିନିଖି ହିସାବ ରଖିବ। ସେମାନେ କେଉଁ ଉଦ୍ଦେଶ୍ୟରେ ଓ କେଉଁଠାକୁ ଯାଉଛନ୍ତି, ସେ ସଂପର୍କରେ ମଧ୍ୟ ଗୁଇନ୍ଦାଗିରି କରିବ। ସେହିଭଳି ରାଜଧାନୀର ସମସ୍ତ ସ୍ପା’ ଓ ମସାଜ ସେଣ୍ଟରଗୁଡ଼ିକରେ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯିବ। ଏଥିପାଇଁ କମିସନରେଟ୍ ପୁଲିସ ଖୁବ୍ଶୀଘ୍ର ଏକ ଗାଇଡ୍ଲାଇନ ଜାରି କରିବାକୁ ଯାଉଛି ବୋଲି ଡିସିପି ଅନୁପ ସାହୁ କହିଛନ୍ତି।
ରାଜଧାନୀର ସ୍ପା’ ଓ ମସାଜ ସେଣ୍ଟର ଅଶଡ଼ ବିଦେଶିନୀଙ୍କ ଚରାଭୂଇଁ
କମିସନରେଟ୍ ପୁଲିସ ଜାରି କରିବ ଗାଇଡ୍ଲାଇନ୍ ନିୟମିତ ବ୍ୟବଧାନରେ ହେବ ଯାଞ୍ଚ
/sambad/media/post_attachments/wp-content/uploads/2018/05/m22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)