ଭୁବନେଶ୍ୱର: କ୍ୟାପିଟାଲ ଥାନା ଅଧୀନ ବାପୁଜୀନଗର ଏଚ୍ଟୁଓ ସ୍ପାରୁ ପୁଲିସ ୮ ଜଣ ଥାଇଲାଣ୍ଡ ଯୁବତୀଙ୍କୁ ଉଦ୍ଧାର କରିବା ପରେ ମଧ୍ୟ ରାଜଧାନୀରେ ଥାଇ ସେବା ବନ୍ଦ ହୋଇ ନାହିଁ। ଏବେ ବି ରାଜଧାନୀରେ ମାଳ ମାଳ ସ୍ପା ଛତୁ ଫୁଟିଲା ଭଳି ବିଭିନ୍ନ ସ୍ଥାନରେ ଖୋଲା ରହିଛି। ପାଖାପାଖି ୧୫୦ ଜଣ ବିଦେଶିନୀ ବିଶେଷକରି ଥାଇଲାଣ୍ଡର ଏସବୁ ସ୍ପାରେ ରହି କାମ କରୁଛନ୍ତି। କିନ୍ତୁ ଏ ନେଇ କମିସନରେଟ୍ ପୁଲିସ ନିକଟରେ କୌଣସି ଖବର ନାହିଁ। ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱର ସହିଦନଗର, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି, ଖଣ୍ଡଗିରି, ନୂଆପଲ୍ଲୀ, ବାପଜୀନଗର, ଜନପଥ, ପୁରୁଣା ଭୁବନେଶ୍ୱରରେ ଏକାଧିକ ସ୍ପା ସେଣ୍ଟର୍ ଅଛି। ଯେଉଁଠିକି ବିଦେଶିନୀମାନେ ମସାଜ କାମରେ ନିୟୋଜିତ ହୋଇଛନ୍ତି। ଆଡଭାନ୍ସ ବୁକିଂ, ହୋମ ଡେଲିଭରି, ସ୍ପେସାଲ୍ ଡିସକାଉଣ୍ଟ ଆଦି କୋଡ୍ରେ ଏହି ବ୍ୟବସାୟ ଚାଲୁଥିବା ଖବର ମିଳିଛି। ଅନ୍ୟପକ୍ଷରେ ବାପୁଜୀନଗରର ଏଚ୍ଟୁଓ ସ୍ପା’ ଚାଲୁଥିବା ଘର ମାଲିକଙ୍କୁ ଖୁବ୍ ଶୀଘ୍ର କମିସନରେଟ ନୋଟିସ୍ କରିବ। ବିଦେଶିନୀ ହୋଇ ମଧ୍ୟ ସେ କାହିଁକି ପୁଲିସକୁ ଅବଗତ କରାଇ ନ ଥିଲେ ଏ ନେଇ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି। ସେହିପରି ଭୁବନେଶ୍ୱରରେ ବିଦେଶୀମାନଙ୍କୁ ଟ୍ରାକିଂ ସିଷ୍ଟମ ମଜବୁତ କରିବାକୁ କମିସନରେଟ ପୁଲିସ ଉଦ୍ୟମ ଆରମ୍ଭ କରିଛି। ଆଜି କମିସନରେଟ୍ ପୁଲିସ ଅଧୀନରେ ଥିବା ସମସ୍ତ ହୋଟେଲ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଓ ସ୍ପା ସେଣ୍ଟରଗୁଡକି ନୋଟିସ୍ ହୋଇଛି। ସେମାନଙ୍କ ନିକଟରେ ଥିବା ବିଦେଶୀମାନଙ୍କ ସମ୍ପର୍କରେ ସୂଚନା ଦେବାକୁ ନୋଟିସ୍ରେ କୁହାଯାଇଛି ବୋଲି ଡିସିପି ଅନୁପ ସାହୁ ଗଣମାଧ୍ୟମକୁ କହିଛନ୍ତି।
ରାଜଧାନୀରେ ଏବେ ବି ଚାଲୁଛି ଥାଇ ସ୍ପା
ସ୍ପାରୁ ୮ ଥାଇଲାଣ୍ଡ ଯୁବତୀ ଉଦ୍ଧାର ହେବା ଘଟଣା
/sambad/media/post_attachments/wp-content/uploads/2017/11/heaven-thai-spa-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)