ଡିଏଭି କଳିଙ୍ଗନଗରରେ ମହାକାଶ ବିଜ୍ଞାନ କର୍ମଶାଳା

ଭୁବନେଶ୍ୱର : ଡିଏଭି କଳିଙ୍ଗନଗର ପରିସରରେ ମହାକାଶ ବିଜ୍ଞାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଦିଲ୍ଲୀସ୍ଥିତ ବୈଜ୍ଞାନିକ ଉନ୍ନୟନ ଗବେଷଣା ସଂଗଠନର ଜ୍ୟୋତିର୍ବିଜ୍ଞାନ ବିଶାରଦ ସର୍ବେସ କେ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ମହାକାଶରେ ଗ୍ରହ ନକ୍ଷତ୍ରଙ୍କ ଅବସ୍ଥାନ, ମହାକାଶର ବିଭିନ୍ନ ତଥ୍ୟ, ମହାକାଶ ଯାନ ସମ୍ବନ୍ଧରେ ସେ ପ୍ରଶିକ୍ଷଣ ଦେଇଥିଲେ। କର୍ମଶାଳାରେ ୫ମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୨୭ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଜ୍ଞାନ ଆହରଣ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ବିପିନ କୁମାର ସାହୁ ଅତିଥିଙ୍କୁ ସମ୍ବର୍ଧିତ କରିଥିବା ବେଳେ ବିଦ୍ୟାଳୟର ବିଜ୍ଞାନ ବିଭାଗର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର