ସ୍ପର୍ଶ ହସ୍ପିଟାଲର ସ୍ୱନକ୍ଷତ୍ର ଉତ୍ସବ

ଭୁବନେଶ୍ୱର : ସ୍ପର୍ଶ ହସ୍ପିଟାଲର ସ୍ୱନକ୍ଷତ୍ର ଉତ୍ସବ ପାଳିତ ହୋଇଯାଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସ୍ପର୍ଶ ହସ୍ପିଟାଲର ଚିକିତ୍ସା ସେବା ବହୁ ସରକାରୀ, ବେସରକାରୀ ଓ ପ୍ରାଦ୍ୟୋଗିକ ଅନୁଷ୍ଠାନ ଦ୍ୱାର ଅନୁମୋଦନ ଲାଭ କରିଛି। ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି, ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି, ପ୍ରଧାନମନ୍ତ୍ରୀ ସହାୟତା ପାଣ୍ଠି, କର୍ମଚାରୀ ରାଜ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କର୍ମଚାରୀଙ୍କୁ ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ଅନୁମୋଦନ ଲାଭ କରିଛି। ପ୍ରାଦ୍ୟୋଗିକ କ୍ଷେତ୍ରରେ ସ୍ପର୍ଶ ହସ୍ପିଟାଲ ଆଇଓସିଏଲ୍‌ ସିଆଇଏଲ, ନାଲକୋ, ପିପିଟି, ପିପିଏଲ, ଡିଆରଡିଓ ଏବଂ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ଭଳି ସଂସ୍ଥାର କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛି। ଓଡ଼ିଶାବାସୀଙ୍କୁ ବିଶ୍ୱସ୍ତରୀୟ ଚିକିତ୍ସା ସେବା ପ୍ରଦାନ ପାଇଁ ଚଳିତ ବର୍ଷ ହସ୍ପିଟାଲ ଆମେରିକା ଅଙ୍କୋଲୋଜି ଇନ୍‌ଷ୍ଟିଚ୍ୟୁଟ୍‌ (ଏଓଆଇ) ସହ ଚୁକ୍ତି କରିଛିି। ଏଓଆଇ ଆମେରିକାର ଏକ ସ୍ୱନାମଧନ୍ୟ କର୍କଟ ରୋଗ ଚିକିତ୍ସା ଓ ଅନୁସନ୍ଧାନ କେନ୍ଦ୍ର। ଏକାଦଶତମ ସ୍ୱନକ୍ଷତ୍ର ଅବସରରେ ସ୍ପର୍ଶ ହସ୍ପିଟାଲ ଓଡ଼ିଶାବାସୀଙ୍କୁ ଉତ୍ତମ ଏବଂ ଉନ୍ନତମାନର ଚିକିତ୍ସାସେବା, ସ୍ୱାସ୍ଥ୍ୟ ସଚେତନତା, ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ଯନ୍ତ୍ରକୌଶଳର ଉପଯୋଗ କରି ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତନ ଆଣିବା ପାଇଁ ନିଜର ନିରବଚ୍ଛିନ୍ନ ପ୍ରୟାସକୁ ଜାରି ରଖିବ।

ସମ୍ବନ୍ଧିତ ଖବର