କମିସନରେଟ୍‌ ପୁଲିସର ସ୍ପେସାଲ ଡ୍ରାଇଭ୍ : ବନ୍ଧାହେଲେଣି ୯୦

ଭୁବନେଶ୍ବର : କମିସନରେଟ୍ ପୁଲିସ ପକ୍ଷରୁ ଗତ ୨୨ ତାରିଖଠାରୁ ୨୮ ତାରିଖ ସପ୍ତାହକ ମଧ୍ୟରେ କରାଯାଇଥିବା ସ୍ପେସାଲ ଡ୍ରାଇଭ୍‌ରେ ପୁଲିସ ୯୦ ଜଣ ଅପରାଧୀଙ୍କୁ ପୁଲିସ ଗିରଫ କରିଛି। ଯେଉଁଥିରେ ୩୨ଜଣ ବେଆଇନ୍ ନିଶାକାରବାର, ୩ଟି ଜୁଆ ଆଡ଼ାରୁ ୨୦ ଜଣ, ୩୧ ୱାରେଣ୍ଟି ଓ ୭ଜଣ ଅଭ୍ୟାସଗତ ଅପରାଧୀ ସାମିଲ ଅଛନ୍ତି। ୭ଜଣ ଅଭ୍ୟାସଗତ ଅପରାଧୀଙ୍କୁ ସିଆର୍‌ପିସି ୧୧୦ରେ ଗିରଫ କରାଯାଇଛି। ପୁଲିସ ସେମାନଙ୍କଠାରୁ ୩୯ହଜାର ୯ଶହ ୬୭ଟଙ୍କା ଓ ଗୋଟିଏ ବନ୍ଧୁକ ଜବତ କରିଛି।

ସେହିପରି କଟକ ଓ ଭୁବନେଶ୍ବରର ୩୩ଟି ସ୍ଥାରେ ବ୍ଲକିଂ ବେଳେ ପୁଲିସ ୧୮,୯୧୯ ନିଶାସକ୍ତ ଚାଳକ ଓ ନିୟମ ଭଙ୍ଗ କରିଥିବା ଚାଳକଙ୍କଠାରୁ ୯ଲକ୍ଷ ୭୦ ହଜାର ୬ଶହ ଟଙ୍କା ଜରିମାନା ଆଦାୟ କରିଛି। ତେବେ ଏହି ପ୍ରକ୍ରିୟା ଜାରି ରହିବ। ଖୁବ୍‌ଶୀଘ୍ର ଅନ୍ୟ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ପୁଲିସ କମିସନର୍‌ ସତ୍ୟଜିତ୍ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର