ଭୁବନେଶ୍ବର: ଜାତୀୟ ଓଟିଟିରେ ମୁକ୍ତିଲାଭ କରିବା ପୂର୍ବରୁ ହିନ୍ଦୀ ଭାଷାରେ ଓଡ଼ିଆ ସିନେମା ‘ମାମା ୱେଡ୍ସ ପାପା’ର ସ୍ବତନ୍ତ୍ର ସ୍କ୍ରିନିଂ ଭୁବନେଶ୍ୱର ଭବାନୀ ମଲ୍ସ୍ଥିତ ଆଇନକ୍ସ ପ୍ରେକ୍ଷାଳୟରେ ହୋଇଛି। ଏହା ପୂର୍ବରୁ ସିନେମାଟି ଓଡ଼ିଆ ଭାଷାରେ ରିଲିଜ୍ ହୋଇଥିଲା। ଏହାର କାହାଣୀ ଗୋଟିଏ କୁନି ଝିଅ ତା’ର ବାପା ମା’ଙ୍କର କିଭଳି ବାହାଘର କରୁଛି ତାକୁ ନେଇ ଗତିଶୀଳ ହୋଇଛି।
ଶ୍ରୀହାନ ସିନେକ୍ରିଏସନ୍ସ ବ୍ୟାନର୍ରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ବି. ଚନ୍ଦ୍ରପ୍ରିୟ ସୁବୁଦ୍ଧି, କାହାଣୀ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦାୟିତ୍ବରେ ଆପ୍ପୁ କାନୁନଗୋ ରହିଛନ୍ତି। ସେହିପରି ସଙ୍ଗୀତରେ ଆସଦ ନିଗମ ଥିବାବେଳେ ଡିଓପିରେ ନିରଞ୍ଜନ ଦାଶ ଏବଂ ପ୍ରଚାର ପ୍ରସାର ଦାୟିତ୍ୱରେ ଗୁରୁପ୍ରଦ ନାଥ ରହିଛନ୍ତି। ପ୍ରଥମ ଥର ପାଇଁ ଏଥିରେ ବଲିଉଡ ଅଭିନେତା କ୍ରିଷ୍ଣା ଅଭିଷେକ ଅଭିନୟ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ରଥ, ଋତିଶା, ପ୍ରିୟଙ୍କା ପାଣିଗ୍ରାହୀ, ଜ୍ୟୋତି ମିଶ୍ର, ଦେବୁ ପଟ୍ଟନାୟକ, ଗୁଡ୍ଡୁ ପ୍ରମୁଖ ନଜର ଆସିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/15/0a51RfFt4msXkYHEqMcS.jpg)