ଭିଜିଲାନ୍ସ ଜାଲରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱରରେ ୨, ପୁରୀରେ ୧ କୋଠା ଠାବ
ମିଳିଲା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବ୍ୟାଙ୍କ ଜମା
ଅବସରକୁ ଥିଲା ଦୁଇ ମାସ

ଭୁବନେଶ୍ୱର : ବରିଷ୍ଠ ଓଏଏସ୍ ଅଫିସର ତଥା ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ବତନ୍ତ୍ର ସଚିବ ଅଜୟ କୁମାର ଦାସ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍ ପକ୍ଷରୁ ଶ୍ରୀ ଦାସଙ୍କ ଟଙ୍କପାଣିରୋଡ ରତ୍ନାକରବାଗରେ ଥିବା ଘର, ପଟିଆରେ କୋଠା, ବାଲେଶ୍ବରରେ ଦୁଇ ମହଲା କୋଠା, ନୂଆଗାଁରେ ଥିବା ଆଉଟ୍‌ ହାଉସରେ ଚଢ଼ଉ କରିଛି ଭିଜିଲାନ୍ସ। ଚଢ଼ଉରେ ଭୁବନେଶ୍ବର ରତ୍ନାକରବାଗ ଓ ପଟିଆ ସମେତ ଦୁଇଟି କୋଠା ଏବଂ ପୁରୀରେ ଗୋଟିଏ କୋଠା ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

ସେହିପରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବ୍ୟାଙ୍କ ଜମା ଓ ଜୀବନ ବୀମା ପଲିସି ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି। ଚଢ଼ଉ ଜାରି ରହିଥିବାରୁ ସବୁ ସମ୍ପତ୍ତିର ହିସାବ ମିଳିପାରି ନାହିଁ। ଜବତ ସମ୍ପତ୍ତିର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ସମ୍ପତ୍ତିର ମୂଲ୍ୟ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ଭିଜିଲାନ୍ସ ସୂଚନା ଅନୁସାରେ, ଆଜି ସକାଳୁ ୫ଟି ଟିମ୍ ସ୍ବତନ୍ତ୍ର ସର୍ଚ ୱାରେଣ୍ଟ ବଳରେ ଭୁବନେଶ୍ବରର, ବାଲେଶ୍ବରରେ ଚଢ଼ଉ କରିଥିଲେ। ଶ୍ରୀ ଦାସଙ୍କ ଚାକିରି ଆଉ ମାତ୍ର ଦୁଇ ମାସ ବାକି ଥିବା ବେଳେ ଚଢ଼ଉକୁ ନେଇ ନାନା ଚର୍ଚା ହେଉଛି।

ସମ୍ବନ୍ଧିତ ଖବର