ଭୁବନେଶ୍ବର ନ୍ୟୁ ରେଳ ଷ୍ଟେସନରେ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ବାରଙ୍ଗ : ଭୁବନେଶ୍ବର ନ୍ୟୁ ରେଳ ଷ୍ଟେସନରେ ବାହାର ରାଜ୍ୟର ଶ୍ରମିକଙ୍କ ପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଛତିଶଗଡ଼, ବିହାର ଓ କୋଲକାତା ସମେତ ବାହାର ରାଜ୍ୟରୁ ଓଡ଼ିଶାକୁ ଶ୍ରମିକ ଭାବେ କାମ କରିବାକୁ ଆସି କରୋନା କଟକଣା ଯୋଗୁଁ ଫସି ରହିଥିବା ଶ୍ରମିକଙ୍କୁ ନିଜ ଅଞ୍ଚଳକୁ ପଠାଇବା ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି। ଏହି ଶ୍ରମିକଙ୍କ ରହଣି ବା ବିଶ୍ରାମ ପାଇଁ ଭୁବନେଶ୍ବର ନ୍ୟୁ ରେଳ ଷ୍ଟେସନରେ ଟେଣ୍ଟ ପକାଇ ଅସ୍ଥାୟୀ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ସେଠାରେ ବିଶ୍ରାମ ସମୟରେ ଯେଭଳି ଖାଦ୍ୟ ଓ ପାନୀୟର ଅସୁବିଧା ନହୁଏ, ସେଥିପ୍ରତି ବ୍ୟବସ୍ଥା ମଧ୍ୟ କରାଯାଇଛି। ପାନୀୟ ଜଳ ପାଇଁ ଟ୍ୟାପ୍ ଲଗାଯିବା ସହିତ ଶୌଚ ହେବା ପାଇଁ ଅସ୍ଥାୟୀ ‌ଶୌଚାଳୟ ନିର୍ମାଣ କରାଯାଇଛି। ପ୍ୟାକେଟ ଖାଦ୍ୟ ମଧ୍ୟ ମହଜୁଦ କରାଯାଇଛି। ରେଳରେ ବସିବା ପର୍ଯ୍ୟନ୍ତ ଏହି ଶ୍ରମିକମାନଙ୍କର ସମସ୍ତ ସୁବିଧାକୁ ଦୃଷ୍ଟିରେ ରଖି ବ୍ୟବସ୍ଥାମାନ କରାଯାଇଛି।

ସମ୍ବନ୍ଧିତ ଖବର