ଗଡ଼ିବ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ବର: ଗ୍ରୀଷ୍ମ ସମୟରେ ଯାତ୍ରୀ ଭିଡ଼କୁ ଏଡ଼ାଇବା ପାଇଁ ରେଳବାଇ ପକ୍ଷରୁ ପୂର୍ବତଟ ପରିସୀମା ଓ ଏହା ମଧ୍ୟ ଦେଇ ଦେଶର ବିଭିନ୍ନ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ସ୍ବତନ୍ତ୍ର ଟ୍ରେନ୍‌ଗୁଡ଼ିକ ମଧ୍ୟରେ ପୁରୀ-ସନ୍ତ୍ରାଗାଛି-ପୁରୀ ସ୍ୱତନ୍ତ୍ର ଭଡ଼ା ଟ୍ରେନ୍‌ ପୁରୀଠାରୁ ଜୁନ ୨୮ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ରାତି ୯ଟା ୨୫ ମିନିଟ୍‌ରେ ଛାଡ଼ିବାକୁ ଥିବା ବେଳେ ସନ୍ତ୍ରାଗାଛିଠାରୁ ଜୁନ ୨୯ ପର୍ଯ୍ୟନ୍ତ ପ୍ରତି ଶନିବାର ସନ୍ଧ୍ୟା ୭ଟା ୧୦ରେ ଛାଡ଼ିବ। ପୁରୀ-ହବିବଗଞ୍ଜ-ପୁରୀ ସ୍ୱତନ୍ତ୍ର ଟ୍ରେନ୍‌ ପୁରୀରୁ ଜୁନ ୨୬ ପର୍ଯ୍ୟନ୍ତ ପ୍ରତି ବୁଧବାର ପୂର୍ବାହ୍ନ ୧୧ଟାରେ ୧୫ରେ ଛାଡ଼ିବ। ହବିବଗଞ୍ଜଠାରୁ ଏହା ଜୁନ ୨୫ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ସକାଳ ୭ଟା ୨୦ରେ ଛାଡ଼ିବ। ସେହିପରି ସମ୍ବଲପୁର-ବନସବାଡ଼ି-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍‌ ସମ୍ବଲପୁରରୁ ଜୁନ ୨୬ ପର୍ଯ୍ୟନ୍ତ ପ୍ରତି ବୁଧବାର ପୂର୍ବାହ୍ନ ୯ଟା ୩୦ରେ ଛାଡ଼ିବାକୁ ଥିବା ବେଳେ ବନସବାଡ଼ିଠାରୁ ଏହା ଜୁନ ୨୭ ପର୍ଯ୍ୟନ୍ତ ପ୍ରତି ଗୁରୁବାର ରାତି ୧୧ଟା ୩୦ରେ ଛାଡ଼ିବ। ଏହାବ୍ୟତୀତ ସାଲିମାର-ସମ୍ବଲପୁର-ସାଲିମାର ତ୍ରି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍‌ ସାଲିମାରରୁ ଜୁନ୍‌ ୨୮ ପର୍ଯ୍ୟନ୍ତ ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ରାତି ୯ଟା ୫୫ରେ ଛାଡ଼ିବାକୁ ଥିବା ବେଳେ ସମ୍ବଲପୁରରୁ ଏହା ଜୁନ ୨୯ ତାରିଖ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର, ଗୁରୁବାର ଓ ଶନିବାର ରାତ୍ର ୮ଟା ୫ରେ ଛାଡ଼ିବ। ସପ୍ତାହକୁ ୫ ଦିନ ଚଳାଚଳ କରୁଥିବା ରାଇଗଡ଼-ସମ୍ବଲପୁର-ରାଇଗଡ଼ ସ୍ୱତନ୍ତ୍ର ଟ୍ରେନ୍‌ ରାଇଗଡ଼ଠାରୁ ମାର୍ଚ୍ଚ ୧୭ରୁ ପ୍ରତି ସୋମବାର ଓ ଶନିବାର ବ୍ୟତୀତ ପ୍ରତିଦିନ ସନ୍ଧ୍ୟା ୭ଟା ୧୫ରେ ଛାଡୁଥିବା ବେଳେ ସମ୍ବଲପୁରଠାରୁ ଏହା ମାର୍ଚ୍ଚ ୧୮ଠାରୁ ପ୍ରତି ମଙ୍ଗଳବାର ଓ ରବିବାରକୁ ଛାଡି ପ୍ରତିଦିନ ରାତି ୧୨ଟା ୩୦‌‌‌‌ରେ ଛାଡ଼ିବ। ପୁଡୁଚେରୀ-ସାନ୍ତ୍ରାଗାଛି-ପୁଡୁଚେରୀ ସ୍ୱତନ୍ତ୍ର ଟ୍ରେନ ପୁଡୁଚେରୀଠାରୁ ଜୁନ ୨୯ ପର୍ଯ୍ୟନ୍ତ ପ୍ରତି ଶନିବାର ସନ୍ଧ୍ୟା ୬ଟା ୪୫ରେ ଛାଡ଼ିବାକୁ ଥିବା ବେଳେ ସନ୍ତ୍ରାଗାଛିଠାରୁ ଏହା ଜୁଲାଇ ମାସ ପହିଲା ପର୍ଯ୍ୟନ୍ତ ପ୍ରତି ସୋମବାର ଅପରାହ୍‌ଣ ୨ଟା ୧୦ରେ ଛାଡ଼ିବ। ଚେନ୍ନାଇ-ସନ୍ତ୍ରାଗାଛି-ଚେନ୍ନାଇ ସ୍ୱତନ୍ତ୍ର ଟ୍ରେନ ଚେନ୍ନାଇଠାରୁ ଜୁନ୍‌ ୨୬ପର୍ଯ୍ୟନ୍ତ ପ୍ରତି ବୁଧବାର ଅପରାହ୍ନ ୩ଟା ୧୫ରେ ଛାଡ଼ିବାକୁ ଥିବା ବେଳେ ସନ୍ତ୍ରାଗାଛିଠାରୁ ଏହା ଜୁନ ୨୭ ତାରିଖ ପର୍ଯ୍ୟନ୍ତ ପ୍ରତି ଗୁରୁବାର ୧୧ଟା ୫୦ରେ ଛାଡ଼ିବ। କାଚେଗୁଡ଼ା-ଟାଟା-କାଚେଗୁଡ଼ା ସ୍ୱତନ୍ତ୍ର ଟ୍ରେନ୍‌ କାଚେଗୁଡାଠାରୁ ଜୁନ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତି ସୋମବାର ଅପରାହ୍‌ଣ ୧ଟାରେ ଛାଡ଼ିବାକୁ ଥିବା ବେଳେ ଟାଟାଠାରୁ ଏହା ଜୁନ ୨୫ ତାରିଖ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ରାତି ୧୦ଟା ୫୦ରେ ଛାଡ଼ିବ। ଏହାବ୍ୟତୀତ ବିଶାଖାପାଟଣାଠାରୁ ସିକନ୍ଦରାବାଦ, ତିରୁପତି, କାଚେଗୁଡ଼ାକୁ ମଧ୍ୟ ଜୁନ ଶେଷ ସପ୍ତାହ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା ହୋଇଛି। ଯାତ୍ରୀ ଭିଡ଼ିକୁ ନଜର ଦେଇ ଅଧିକ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ପାଇଁ ଯୋଜନା ରହିଛି। କେତେକ ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍‌ଗୁଡ଼ିକରେ ଅତିରିକ୍ତ ବଗି ସଂଯୋଗ ପାଇଁ ମଧ୍ୟ ଯୋଜନା କରାଯାଇଛି।

ସମ୍ବନ୍ଧିତ ଖବର