ଆର୍‌କେଏସ୍‌ ବୈଠକ: ବିଏମ୍‌ସି ହସ୍ପିଟାଲରେ ବଢ଼ିବେ ବିଶେଷଜ୍ଞ ଡାକ୍ତର

ଭୁବନେଶ୍ୱର: ବିଏମ୍‌ସି ହସ୍ପିଟାଲରେ ବିଶେଷଜ୍ଞ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି ପାଇବ। କାଜୁଆଲିଟି ସମେତ ଅର୍ଥୋପେଡିକ୍‌, ଚର୍ମ, ହୃଦ୍‌ରୋଗ ଆଦି ବିଭାଗରେ ବିଶେଷଜ୍ଞ ଡାକ୍ତରଙ୍କ ସଂଖ୍ୟା ବଢ଼ାଇବାକୁ ଆଜି ହସ୍ପିଟାଲ ପରିସରରେ ଅନୁଷ୍ଠିତ ୧୬ତମ ରୋଗୀ କଲ୍ୟାଣ ସମିତି ବୈଠକ ଆଲୋଚନା କରାଯାଇଛି। ବୈଠକରେ ମେୟର୍‌ ସୁଲୋଚନା ଦାସ, ବିଏମ୍‌ସି କମିସନର୍‌ ବିଜୟ ଅମୃତ କୁଲାଙ୍ଗେଙ୍କ ସମେତ ହସ୍ପିଟାଲର ସିଏମ୍‌ଓଙ୍କ ସମେତ ସ୍ଥାନୀୟ କର୍ପୋରେଟର୍‌ ଓ ସ୍ବାସ୍ଥ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକରେ ହସ୍ପିଟାଲରେ ବିଭିନ୍ନ ବିଭାଗରେ ଖାଲିଥିବା ଡାକ୍ତର ପଦବୀ ପୂରଣ ସହ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଉପରେ ଆଲୋଚନା କରାଯାଇଥିଲା। ଏହାସହ ବିଏମ୍‌ସି ଅଞ୍ଚଳରେ ଡେଙ୍ଗୁ ମୁକାବିଲା ପାଇଁ ବିଏମ୍‌ସି ହସ୍ପିଟାଲରେ ଏହାର ମୁକାବିଲା ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତି ପାଇଁ ଆଲୋଚନା କରାଯାଇଛି। ଅନ୍ୟପକ୍ଷରେ ବହୁ ଦିନ ଧରି ହସ୍ପିଟାଲ ବର୍ଜ୍ୟବସ୍ତୁ ପରିଚାଳନାରେ ବିଭିନ୍ନ ସମୟରେ ହେଉଥିବା ବ୍ୟାଘାତ ଓ ଏହାର ନିରାକରଣ ସହ ବାୟୋମେଡିକାଲ ବର୍ଜ୍ୟ ପରିଚାଳନା ବାବଦରେ ବୈଠକରେ ଆଲୋଚନା କରାଯାଇଥିଲା।

ସମ୍ବନ୍ଧିତ ଖବର