ଭୁବନେଶ୍ୱର : ଆଜି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ କଲେଜ ପରିସରରେ ଭାରତୀୟ ଦାର୍ଶନିକ ଅନୁସନ୍ଧାନ ସଂସ୍ଥା ଦ୍ୱାରା ଏକ ସାମୟିକ ବକ୍ତତାମାଳା ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡ.ପ୍ରସନ୍ନ କୁମାର ମହାନ୍ତି ଏହାକୁ ଉଦ୍ଘାଟନ କରି ଦର୍ଶନଶାସ୍ତ୍ରର ତତ୍ତ୍ୱ ବିଷୟରେ ଆଲୋଚନା କରିଥିବା ବେଳେ ଦର୍ଶନଶାସ୍ତ୍ର ବିଭାଗୀୟ ମୁଖ୍ୟ ଡ. ହରିଶ୍ଚନ୍ଦ୍ର ସାହୁ ଅତିଥିପରିଚୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ସରୋଜ କୁମାର ମହାନ୍ତି ଅତ୍ୟାଧୁନିକ ଯୁଗରେ ପରିବେଶ ନୀତିଶାସ୍ତ୍ରର ଭୂମିକା ଉପରେ ଆଲୋକପାତ କରି ଆଗାମୀ ପିଢ଼ି ପାଇଁ ମାନବ ସମାଜର ଦାୟିତ୍ୱବୋଧ ଉପରେ ଗୁରତ୍ୱ ଦେବା ପାଇଁ କହିଥିଲେ। ଡ. ସୁଧୀର କୁମାର ଦାସ ଯୋଗଦେଇ ବ୍ୟବସାୟିକ ନୀତିଶାସ୍ତ୍ର ଉପରେ ବର୍ଣ୍ଣନା କରିଛନ୍ତି। ଅନ୍ୟତମ ବକ୍ତା ଭାବେ ପ୍ରଫେସର୍ ଧନେଶ୍ୱର ସାହୁ ଯୋଗଦେଇ ବିଶ୍ୱର ବିଭିନ୍ନ ଧର୍ମ ଉପରେ ଆଲୋଚନା କରିଥିଲେ। ଶେଷରେ କଲେଜର ଅଧ୍ୟକ୍ଷା ଡ.ରୀତା ପତି ଧନ୍ୟବାଦ ଦେଇଥିଲେ।
ବିଜେବିରେ ଦର୍ଶନ ଶାସ୍ତ୍ର ବିଭାଗ ପକ୍ଷରୁ ବକ୍ତତାମାଳା
/sambad/media/post_attachments/wp-content/uploads/2018/01/bjb-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)