ଦେଶରେ ଦୁର୍ବଳ ହେଉଛି ଗଣତନ୍ତ୍ର : ଜଷ୍ଟିସ୍ ମଦନ ଲୋକୁର

ମଧୁବାବୁଙ୍କ ୧୭୨ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ସ୍ମୃତିଚାରଣ ବକ୍ତବ୍ୟ

ଭୁବନେଶ୍ୱର : ମୁକ୍ତ ଓ ସ୍ୱଚ୍ଛ ନିର୍ବାଚନ, ମୌଳିକ ସ୍ୱତନ୍ତ୍ରତା ଓ ସ୍ୱାଧିନ ନ୍ୟାୟ ବ୍ୟବସ୍ଥା ଆଦି ଭଳି ଭାରତୀୟ ସମ୍ବିଧାନର ମୌଳିକ ଭିତ୍ତିଭୂମି ଉପରେ ବର୍ତ୍ତମାନ ଅତର୍କିତ ଓ ଯୋଜନା ବଦ୍ଧ ଆକ୍ରମଣ ଯୋଗୁଁ ଦେଶର ଗଣତନ୍ତ୍ର ଆଜି ବନ୍ଦୀ ସଦୃଶ ପ୍ରତୀୟମାନ ବୋଲି ସର୍ବୋଚ୍ଚ ନ୍ୟାୟଳୟର ପୂର୍ବତନ ବିଚାରପତି ଜଷ୍ଟିସ୍ ମଦନ ଲୋକୁର କହିଛନ୍ତି । ଆଜିର କୋଭିଡ୍ ଭଳି ବିଶ୍ୱ ମହାମାରୀ ସମୟରେ ସାହାଯ୍ୟ ଭିକ୍ଷା କରୁଥିବା ଲୋକମାନଙ୍କ ବିରୁଦ୍ଧରେ ରାଜଦ୍ରୋହ ମାମଲା ଏବଂ ମହାମାରୀକୁ ପ୍ରତିହତ କରିବାରେ ସରକାରୀ ବ୍ୟବସ୍ଥା ଓ କର୍ତ୍ତୃପକ୍ଷ ଅସଫଳତା ଆଦିକୁ ପ୍ରଚାର ଓ ପ୍ରସାର କରୁଥିବା ଖବର ଓ ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡିକ ଉପରେ ପ୍ରତିବନ୍ଧକ ଲଗାଇବା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆହୁରି ଦୁର୍ବଳ କରୁଛି ବୋଲି ଜଷ୍ଟିସ୍ ଲୋକୁର ମତ ବ୍ୟକ୍ତ କରିଛନ୍ତି । ଏହି ମହାମାରୀର ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ସମ୍ବଳର ଅଭାବ ସମୟରେ ନିର୍ବାଚନୀ ଖର୍ଚ୍ଚ ପାଇଁ ଶହଶହ କୋଟି ଟଙ୍କା ଲଗାଇବା ନିଶ୍ଚିତ ଭାବେ ନିନ୍ଦନୀୟ ବୋଲି ସେ କହିଛନ୍ତି । ଓଡିଶାର ଭବିଷ୍ୟତ ସମ୍ପର୍କିତ ବିଷୟବସ୍ତୁ ଉପରେ ଚର୍ଚ୍ଚା କରାଯିବା ସକାଶେ ରାଜ୍ୟର ବୁଦ୍ଧିଜୀବୀମାନଙ୍କୁ ନେଇ ଗଠିତ ଓଡିଶା ଡାଇଲଗ୍ସ ଫୋରମର ବାର୍ଷିକ ଉସôବ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୨ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ମଧୁବାବୁ ସ୍ମୃତିଚାରଣ ବକ୍ତବ୍ୟ ସଭାରେ ଜଷ୍ଟିସ୍ ଲୋକୁର କ୍ଷୋଭ ପ୍ରକାଶ କରିଛନ୍ତି ।

ମହାମାରୀ ସମୟରେ ଜଣେ ଲୋକ ନିଜ ଜେଜେ ବାପାଙ୍କ ପାଇଁ ଅମ୍ଳଜାନ ଆବଶ୍ୟକ ଥିବା ଟୁଇଟ୍ କରିବା ଯୋଗୁଁ ତା ବିରୁଦ୍ଧରେ ରାଜଦ୍ରୋହ ମାମଲା ରୁଜୁ ହେବା କେତେଦୂର ଉଚିତ ବୋଲି ସଦ୍ୟ ଘଟିଥିବା ଏକ ଘଟଣାବଳୀକୁ ଉଦାହରଣ ଦେଇ ସେ ପ୍ରଶ୍ନ ଉଠାଇଛନ୍ତି?

ସମ୍ବନ୍ଧିତ ଖବର