ଜାତୀୟ ଅଭିଲେଖାଗାରରେ ବକ୍ତତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ସ୍ଥାନୀୟ ଜାତୀୟ ଅଭିଲେଖାଗାର ସଭାକକ୍ଷରେ ଆସନ୍ତା ୫ ତାରିଖ(ମଙ୍ଗଳବାର) ସନ୍ଧ୍ୟା ୫.୩୦ରେ ସେଣ୍ଟର୍‌ ଫର ଏସିଆନ୍‌ ଷ୍ଟଡିଜ୍‌ ଏବଂ ଜାତୀୟ ଅଭିଲେଖାଗାରର ମିଳିତ ଆନୁକୂଲ୍ୟରେ ଏକ ବକ୍ତତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ବିଭାଗର ଯୁଗ୍ମ ସଚିବ ମୃଦୁଳ କୁମାର ‘ଲୁକିଙ୍ଗ୍‌ େଓ୍ଵଷ୍ଟ ଆଣ୍ଡ ଆକ୍ଟିଙ୍ଗ ଇଷ୍ଟ: ଏ କମ୍ପାରେଟିଭ୍‌ ପର୍‌ସପେକ୍ଟିଭ୍‌’ ପ୍ରସଙ୍ଗରେ ବକ୍ତବ୍ୟ ପ୍ରଦାନ କରିବେ। ଶ୍ରୀ କୁମାର ହେଉଛନ୍ତି ୧୯୯୨ ବ୍ୟାଚ୍‌ର ଜଣେ ଆଇଏଫ୍‌ଏସ୍‌ ଅଧିକାରୀ। ପୂର୍ବରୁ କାଇରୋ, ଲଣ୍ଡନ, ସଂଯୁକ୍ତ ରାଷ୍ଟ୍ର ତଥା ଇଉରୋପରେ ସଫଳତାର ସହିତ କାର୍ଯ୍ୟ କରିଥିବା ମୃଦୁଳ କୁମାର ଏବେ ମାଲସିୟାରେ ଭାରତର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ। ଏଥିରେ ବୁଦ୍ଧିଜୀବୀମାନେ ଯୋଗଦେବାକୁ ସେଣ୍ଟର୍‌ ଅଫ୍‌ ଏସିଆନ୍‌ ଷ୍ଟଡିଜ୍‌ର ନିର୍ଦ୍ଦେଶକ ସଂଗ୍ରାମ ଜେନା ଓ ଜାତୀୟ ଅଭିଲେଖାଗାରର ସହକାରୀ ନିର୍ଦ୍ଦେଶକ ଲଲାଟେନ୍ଦୁ ଦାସ ମହାପାତ୍ର ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର