ପୁନେ ଓ ହାଇଦ୍ରାବାଦ୍ ଭଳି ଭୁବନେଶ୍ବରରେ ଲାଗିବ ସ୍ପାଇକ ବାରିଅର ; ଭୁଲ ଦିଗରେ ଗଲେ ଟାୟାର କଣା ହୋଇଯିବ

ଭୁବନେଶ୍ବର: ଭୁଲ ଦିଗରେ ବା ରଙ୍ଗ ସାଇଡରେ ଗାଡି ଚଲାଉଥିଲେ ସାବଧାନ । ଏଣିକି ଟ୍ୱିନସିଟି ଭୁବନେଶ୍ବର-କଟକରେ ରଙ୍ଗ ରୁଟରେ ଗାଡି ଚଳାଇଲେ ଆଉ ନିସ୍ତାର ମିଳିବନି । ଗାଡି ରଙ୍ଗରେ ପୁରାଇ କିଛି ବାଟ ଯାଇଥିବେ ଆପଣଙ୍କ ଚକା ଲିକ୍ ହୋଇଯାଇଥିବ । କାରଣ ରାସ୍ତାରେ କମିସନରେଟ ପୁଲିସ ଲଗାଇବ ସ୍ପାଇକ ବାରିଅର । ଯାହାଦ୍ୱାରା ରଙ୍ଗ ସାଇଡରେ ଯିବା କ୍ଷଣି ଚକା କଣା ହୋଇଯିବ । ଆଜି ଏହି  ସୂଚନା ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ । ଏପରିକି ଏସପ୍ଲାନେଡ ମଲ୍  ନିକଟରେ ଏହାର ପରୀକ୍ଷଣ ମଧ୍ୟ କରାଯାଇଛି ।

ଟ୍ୱିନସିଟି ଭୁବନେଶ୍ବର-କଟକରେ ୨୪୨ଟି ଦୁର୍ଘଟଣା ପ୍ରବଣ ଅଞ୍ଚଳ ରହିଥିବା ବେଳେ ସେଥିମଧ୍ୟରୁ ୩୨ଟି ସ୍ଥାନ ଅତି ସମ୍ବେଦନଶୀଳ,  ଯେଉଁଠି ଅଧିକାଂଶ ସମୟରେ ଦୁର୍ଘଟଣା ହେଉଛି । ଏହାକୁ ଚିହ୍ନଟ କରାଯାଇଛି । ଟ୍ରାଫିକ ଡିସିପି ସମସ୍ତ ସ୍ଥାନକୁ ଯାଇ ତଦାରଖ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଖାସକରି ରଙ୍ଗ ରୁଟରେ ଆସୁଥିବା କାରଣରୁ ଅଧିକାଂଶ ଦୁର୍ଘଟଣା ହେଉଥିବାର ଖବର ସାମ୍ନାକୁ ଆସୁଛି । ତେଣୁ ଏହାକୁ ରୋକିବାକୁ କମିସନରେଟ ପୋଲିସ ଏହି ସ୍ପାଇକ ବାରିଅର ଲଗାଇବାକୁ ନିଷ୍ପତ୍ତି ନେଇଛି । ପୂର୍ବରୁ ପୁନେ, ହାଇଦ୍ରାବାଦ ଓ ନୋଏଡାରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି ।

ସମ୍ବନ୍ଧିତ ଖବର