ଆଧ୍ୟାତ୍ମିକ ଆରୋଗ୍ୟ କେନ୍ଦ୍ର ‘ହିଲିଂ ହୋମ୍‌’ ଉଦ୍‌ଘାଟିତ

ଭୁବନେଶ୍ବର: ଆଧ୍ୟାତ୍ମିକ ଆରୋଗ୍ୟ କେନ୍ଦ୍ର ‘ହିଲିଂ ହୋମ୍‌’ ଆଇଆର୍‌ସି ଭିଲେଜ୍‌ରେ ଉଦ୍‌ଘାଟିତ ହୋଇଯାଇଛି। ବେଦବିତ୍‌ ପ୍ରିୟବ୍ରତ ଦାସ ଓ ଶନ୍ନୋଦେବୀ ଯୋଗ ଦେଇ କେନ୍ଦ୍ରକୁ ଉଦଘାଟନ କରିଥିଲେ। ଶ୍ରୀ ଦାସ ଯଜ୍ଞର ବିଶେଷତ୍ଵ ସଂପର୍କରେ କହିବା ସହ ସାମ୍ପ୍ରତିକ ସମୟରେ କାମ ଅଧିକରୁ ମାନସିକ ଚାପଗ୍ରସ୍ତ ଯୁବକ ଯୁବତୀଙ୍କ ପାଇଁ ଆଧ୍ୟାତ୍ମିକ ଦିଗଦର୍ଶନ ଏକ ଶ୍ରେଷ୍ଠ ପନ୍ଥା ବୋଲି ମତ ପ୍ରକାଶ କରିଥିଲେ। ହିଲିଂ ହୋମ୍‌ର ପ୍ରତିଷ୍ଠାତା ସୁମିତ୍ରା ତ୍ରିପାଠୀ କହିଛନ୍ତି, ଆରୋଗ୍ୟ କେନ୍ଦ୍ରରେ ସ୍ପର୍ଶ ଚିକିତ୍ସା, ମନ୍ତ୍ର ଚିକିତ୍ସା, ସଂଗୀତ ଚିକିତ୍ସା, ଯଜ୍ଞ ଚିକିତ୍ସା ଆଦି ଆଧ୍ୟାତ୍ମିକ ଚିକିତ୍ସା ଉପଲବ୍ଧ ହେବ। ନିଶାସେବନକାରୀ ଦୂରାରୋଗରେ ପିଡ଼ିତ ବ୍ୟକ୍ତି ଓ ଏକାକୀ ରହୁଥିବା ବ୍ୟକ୍ତିଙ୍କ ପାଇଁ ଏହି କେନ୍ଦ୍ର ଉପଯୋଗୀ ହେବ।

ଉଦ୍‌ଘାଟନୀ ଉତ୍ସବରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ଡ. ପ୍ରଭାସ ଆଚାର୍ଯ୍ୟ, ନେହରୁ ଯୁବ ପ୍ରତିଷ୍ଠାନର ସଭାପତି ସହଦେବ ଜୟସିଂହ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀମନ୍ତ ମିଶ୍ର, ଆନ୍ତର୍ଜାତିକ ପୁରସ୍କାରପ୍ରାପ୍ତ ବଡିବିଲଡର୍‌ ଶୁଭମ ମିଶ୍ର, ଶିକ୍ଷାବିତ ବିଜୟା ମିଶ୍ର, ପ୍ରଫେସର ଶୁଭେନ୍ଦୁ କୁମାର ଦାସଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର