ସାଧାରଣ ପ୍ରଶାସନ, ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ବାର୍ଷିକ ଉତ୍ସବ

ଭୁବନେଶ୍ବର: ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ୨ ଦିନିଆ ବାର୍ଷିକ ଉତ୍ସବ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଘାଟନୀ ପର୍ବରେ ବିଭାଗୀୟ ନିର୍ଦେଶକ ହେମନ୍ତ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ବତନ୍ତ୍ର ଶାସନ ସଚିବ ସମ୍ପଦ କୁମାର ମିଶ୍ର, ରବୀନ୍ଦ୍ରନାଥ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂସଦର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଅତିରିକ୍ତ ଶାସନ ସଚିବ ଡ.ହିମାଂଶୁ ଭୂଷଣ ପଣ୍ଡା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସଂସଦର କାର୍ଯ୍ୟକାରୀ ସଭାପତି କମଳ ଲୋଚନ ରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର କୁଅଁର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବାର୍ଷିକ ପତ୍ରିକା ‘ସତୀର୍ଥ’କୁ ମୁଖ୍ୟ ଅତିଥି ଲୋକାର୍ପିତ କରିଥିଲେ। ଶେଷରେ ସଂସଦର ଉପସଭାପତି ଅମିୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସଂସଦ ପକ୍ଷରୁ ଡ.ପଞ୍ଚାନନ ପାତ୍ରଙ୍କ ଦ୍ବାରା ରଚିତ ଏବଂ ଚନ୍ଦ୍ରଭାନୁଙ୍କ ଦ୍ବାରା ନିର୍ଦେଶିତ ନାଟକ ‘ନଈର ଠିକଣା’ ମଞ୍ଚସ୍ଥ ହୋଇଥିଲା।

ସମ୍ବନ୍ଧିତ ଖବର