ଭୁବନେଶ୍ବର: ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୩୫ତମ ବାର୍ଷିକ କ୍ରୀଡ଼ା ଦିବସ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, କ୍ରୀଡ଼ା ମଣିଷକୁ ସୁସ୍ଥ ଓ ନିରୋଗ ରଖିବାରେ ସହାୟକ ହୋଇଥାଏ। ଅନ୍ୟତମ ଅତିଥି କ୍ରୀଡ଼ାବିତ୍‌ ପୂର୍ଣ୍ଣିମା ହେମ୍ବ୍ରମ୍‌ ଖେଳ କିପରି ମଣିଷକୁ ଉଚିତ ମାର୍ଗଦର୍ଶନ କରିଥାଏ, ତାହା ଉପରେ ଆଲୋକପାତ କରିଥିଲେ।

Advertisment

ବିଦ୍ୟାଳୟର ଅଧ୍ୟକ୍ଷ ଅଭୟ ରଥ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଚାଳନା ସମିତିର ସମ୍ପାଦିକା ବୀଣାପାଣି ରଥ, ସଦସ୍ୟା ବୀଣା ମହାପାତ୍ର, କୋଷାଧ୍ୟକ୍ଷ ଶୋଭାକର ଦାସ, ଫତେ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷୟିତ୍ରୀ ସାଗରିକା ମଣ୍ଡଳ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମେଡିକାଲ ପରୀକ୍ଷାରେ ଉତ୍ତୀର୍ଣ୍ଣ କୃତୀ ଛାତ୍ରୀ ଅନନ୍ୟା ବଡ଼ଜେନା ଓ ସ୍ମୃତିରାଣୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।