ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସ୍ନାତକ(ୟୁଜି) ପାଠ୍ୟକ୍ରମର ବଳକା ସିଟ୍ ପାଇଁ ଶୁକ୍ରବାରଠାରୁ ନାମଲେଖା ଆରମ୍ଭ ହେବ। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପରେ କଳା, ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମରେ ଖାଲିଥିବା ଅବଶିଷ୍ଟ ସିଟ୍ଗୁଡ଼ିକ ଲାଗି ଦୁଇ ଦିନ ଧରି ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ନାମଲେଖା ଅନୁଷ୍ଠିତ ହେବ।
ଶିକ୍ଷାନୁଷ୍ଠାନ ପକ୍ଷରୁ ଯୋଗ୍ୟ ଛାତ୍ରୀଙ୍କୁ ପ୍ରଦାନ କରାଯାଇଥିବା ସମୟରେ ଆସି ନାମ ଲେଖାଇବେ। ୧୬ରେ ବାଣିଜ୍ୟ ଓ ବିଜ୍ଞାନ ଏବଂ ୧୬ରେ କଳା ପାଠ୍ୟକ୍ରମର ନାମଲେଖା ହେବ। ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ଣ ୨ଟା ମଧ୍ୟରେ ଛାତ୍ରୀ ନାମ ଲେଖାଇ ପାରିବେ। କଳା ବିଭାଗର ୧୭୦, ବାଣିଜ୍ୟରେ ୪୬ ଓ ବିଜ୍ଞାନରେ ୯୦ ଛାତ୍ରୀଙ୍କୁ ବଳକା ସିଟ୍ରେ ନାମ ଲେଖାଇବା ପାଇଁ ଡକାଯାଇଛି।