ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି ଶ୍ରାବଣ ମାସ ଶେଷ ସୋମବାରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ବହୁ ସଂଖ୍ୟାରେ କାଉଡ଼ିଆଙ୍କ ସମାଗମ ହେବ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। କାଉଡ଼ିଆମାନଙ୍କୁ ବର୍ଷା ଦାଉରୁ ରକ୍ଷା ପାଇଁ ମନ୍ଦିର ନିକଟରେ ଅସ୍ଥାୟୀ ଶିବିର ଖୋଲିବାକୁ ମନ୍ଦିର ପ୍ରଶାସନ ପଦକ୍ଷେପ ନେଇଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ସୂଚନା ଅନୁଯାୟୀ, ଆସନ୍ତା ସୋମବାର ଶେଷ ପାଳି ହୋଇଥିବାରୁ ୩୦ ହଜାରରୁ ଅଧିକ କାଉଡ଼ିଆ ଆସିବା ଅନୁମାନ କରାଯାଉଛି। ବର୍ଷା ରାତିରେ କାଉଡ଼ିଆମାନେ ରହିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିକଟରେ ଥିବା ବିଏମ୍ ହାଇସ୍କୁଲ ପରିସରରେ ବ୍ୟବସ୍ଥା କରାଯାଇଛି। ରବିବାର ରାତିଠାରୁ ସୋମବାର ସକାଳ ୮ଟା ପର୍ଯ୍ୟନ୍ତ ସେଠାରେ ରହିବା ପାଇଁ ଅନୁମତି ନିଆଯାଇଛି। ଦୁଇଟି ରୁମ୍ ସହ ବାରଣ୍ଡାରେ କାଉଡ଼ିଆମାନେ ବିଶ୍ରାମ ନେବାର ବନ୍ଦୋବସ୍ତ କରାଯାଇଛି। ଟିକେଟ୍ ପାଇଁ ମନ୍ଦିର କାର୍ଯ୍ୟାଳୟ ନିକଟରେ ଏକ କଣ୍ଟ୍ରୋଲରୁମ୍ ଏବଂ ସ୍ୱତନ୍ତ୍ର ଟିକେଟ୍ କାଉଣ୍ଟର ଖୋଲାଯାଇଛି। ପୂର୍ବପରି ନୀତିକାନ୍ତି ପାଳନ ହେବା ସହ ବିଭିନ୍ନ ବିଭାଗ ତାର ପୂର୍ବ ପ୍ରସ୍ତୁତି କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି। ସେହିପରି ସୁରକ୍ଷା ବ୍ୟବସ୍ଥା ପାଇଁ ୬ପ୍ଲାଟୁନ୍ ପୁଲିସ ଫୋର୍ସ ରହିବା ସହ ଦମକଳ ବାହିନୀ ମୁତୟନ ରହିବେ। ଏଥିସହ ଏକାମ୍ର କ୍ଷେତ୍ରରେ ବିଭିନ୍ନ ଶିବ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରସ୍ତୁତି କରାଯାଇଛି।
ଶ୍ରାବଣ ଶେଷ ସୋମବାର: ଜଳଲାଗି କରିବେ ୩୦ ହଜାର କାଉଡ଼ିଆ
/sambad/media/post_attachments/wp-content/uploads/2018/08/Lady-kaudia-from-gadagadia-to-lingaraj1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)