ଭୁବନେଶ୍ୱର : ‘ତ୍ରିଧାରା’ ପକ୍ଷରୁ ଗୁରୁ ଦେବପ୍ରସାଦ ଦାସଙ୍କ ୩୨ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ରବୀନ୍ଦ୍ର ମଣ୍ଡପରେ ଏକ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଥିବା ସ୍ୱର୍ଗତ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସୁନିଲ କୋଠାରୀ, ନିତ୍ୟା ବିଦ୍ୟାର୍ଥୀ, ସଙ୍ଗୀତା ଗୋସାଇଁ, ଗୁରୁ ସୁଧାକର ସାହୁ ଓ ବୀରେନ୍ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ସ୍ୱର୍ଗତ ଦାସଙ୍କ ନାତୁଣୀ ବାଗ୍ମୀଶ୍ରୀ ଦାସ ନୃତ୍ୟ ପରିବେଷଣ କରିଥିଲେ। ଶେଷ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ଗୁରୁ ସୁଧାକର ସାହୁଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣରୁ। ଏହି ଅବସରରେ ଛତ୍ରପୁର କଳାବିକାଶ କେନ୍ଦ୍ରର ଗୁରୁ ଅଳକା ସହୁଙ୍କ ସଂଯୋଜନାରେ ଏବଂ ଜଟଣୀର କଳା, ସଂସ୍କୃତି ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର ‘ସଙ୍ଗୀତା’ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ଏହାର ନୃତ୍ୟ ସରଂଚନା ଗୁରୁ ହରିହର ମହାନ୍ତି କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ପ୍ରଶିକ୍ଷକ ସାନ୍ତା ରାଓ। କାର୍ଯ୍ୟକ୍ରମରେ ୨୦୦ରୁ ଊର୍ଧ୍ୱ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିବା ବେଳେ ରୀନା ପଣ୍ଡା ଓ ଦୀପ୍ତି ମିଶ୍ର ପରିଚାଳନା କରିଥିଲେ।
ତ୍ରିଧାରା ପକ୍ଷରୁ ‘ଶ୍ରଦ୍ଧାଞ୍ଜଳି ସମାରୋହ’
/sambad/media/post_attachments/wp-content/uploads/2018/07/tridhara.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)