ଭୁବନେଶ୍ୱର: ସମାଜସେବୀ କାଳୀ ପ୍ରସାଦ ସାମନ୍ତରାୟଙ୍କ ଶ୍ରଦ୍ଧାଞ୍ଜଳି ସଭା ଆଜି ଇଡ୍କଲ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ନାଗରିକ ସମାଜ ପକ୍ଷରୁ ଅନୁଷ୍ଠିତ ଏହି ସଭାରେ ଆବାହକ ପ୍ରକାଶ ରଥ ସଭାପତିତ୍ୱ କରିଥିଲେ। ଏଥିରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ଅରୁନ୍ଧତୀ ଦେବୀ, ବିମଳେନ୍ଦୁ ମହାନ୍ତି, ପୂର୍ବତନ କୁଳପତି ନରେନ୍ଦ୍ର ମିଶ୍ର, ବିଶିଷ୍ଟ ସମାଜସେବୀ ତଥା ରାଜ୍ୟ ନାଗରିକ ସମାଜର ମୁଖ୍ୟ ଉପଦେଷ୍ଟା ଗୋବିନ୍ଦ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ସୀତା ବଲ୍ଲଭ ମହାପାତ୍ର, ପୂର୍ବତନ ଯନ୍ତ୍ରୀମୁଖ୍ୟ ଡ. ନନ୍ଦ ନନ୍ଦନ ଦାସ, ନିରଦ ଖୁଣ୍ଟିଆ, ସୁରେଶ ମନ୍ତ୍ରୀ, କାହ୍ନ ଚରଣ ବେଉରା, ମାନବାଧିକାର ପ୍ରୋଟେକ୍ସନ୍ର ସଭାନେତ୍ରୀ ଇନ୍ଦିରା ଦାଶ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ସାମନ୍ତରାୟ, ସ୍ତମ୍ଭକାର ତୁଷାରକାନ୍ତ, ପ୍ରହ୍ଲାଦ ସିଂହ, ଅମିୟ ପାଣ୍ଡବ, ସମାଜସେବୀ ସଦାଶିବ ଜେନା, ରାଜେଶ ବେହେରା, ମମତା ସାମନ୍ତରାୟ, ଅସିତ ବାବୁ, ଭାଷା ଆନ୍ଦୋଳନର ପବିତ୍ର ମହାରଥା, କବିତା ପରିଡ଼ା, ଅମ୍ବରିଶ ବିଶ୍ୱାଳ, ପର୍ଶୁରାମ ଦ୍ୱିବେଦୀ, କମଳାକାନ୍ତ ପତି, ବାସୁଦେବ ପଟ୍ଟନାୟକ, ଡମ୍ବରୁଧର ହାଁସଦା ଓ ଅଖଣ୍ଡ ପ୍ରମୁଖ ଯୋଗଦେଇ ଶ୍ରୀ ସମାନ୍ତରାୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନ ଓ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ମଧୁସୂଦନ ଦାସ ସଂଯୋଜନା କରିଥିବା ବେଳେ ଶାନ୍ତନୁ ଶତପଥୀ, ମୋହନ ନନ୍ଦ, ଅନନ୍ତ ସାମନ୍ତରାୟ ଓ ଦିଲ୍ଲୀପ ସ୍ୱାଇଁ ଓ ହରପ୍ରସାଦ ମହାପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
ସମାଜସେବୀ କାଳୀପ୍ରସାଦ ସାମନ୍ତରାୟଙ୍କ ଶ୍ରଦ୍ଧାଞ୍ଜଳି ସଭା
/sambad/media/post_attachments/wp-content/uploads/2018/08/m17-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)