ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜିଉ

ଭୁବନେଶ୍ବର: ଆଜି ସୁନାବେଶରେ ଝଲସିଛନ୍ତି ଶ୍ରୀଜିଉ। ମହଣମହଣ ସୁନା ଅଳଙ୍କାରରେ ସଜେଇ ହୋଇ ତିନିଠାକୁର ଭକ୍ତଙ୍କୁ ଦେବ ଦୁର୍ଲଭ ବେଶ‌‌‌ରେ ଦର୍ଶନ ଦେଇଛନ୍ତି। କରୋନା କଟକଣା ଯୋଗୁଁ ଦୁଇବର୍ଷ ହେଲା ମହାପ୍ରଭୁଙ୍କ ଏହି ବେଶ ଦେଖିବାରୁ ବଞ୍ଚିତ ହୋଇଥିବା ଶ୍ରଦ୍ଧାଳୁ ଆଜି ଠାକୁରଙ୍କୁ ଆଖି ପୂରେଇ ଦେଖିଛନ୍ତି।

ରାଜଧାନୀର ଇସ୍କନ, ଧର୍ମବିହାର, ୟୁନିଟ-୫, ୟୁନିଟ-୧, ପୁରୁଣା ଭୁବନେଶ୍ବର ବଡ଼ଦାଣ୍ଡ ସାହି, ପଲାସପଲ୍ଲୀ ସାଇ କ୍ଷେତ୍ର, ମଠ ସାହି, କପିଳେଶ୍ବର, ଶ୍ରୀବାଣୀ କ୍ଷେତ୍ର, ଶୈଳଶ୍ରୀବିହାର, ଭିଏସ୍‌ଏସ୍‌ନଗର, ବାଲିପାଟଣା ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା। ଠାକୁରମାନଙ୍କୁ ସ୍ୱର୍ଣ୍ଣ ଶ୍ରୀପୟର, ଶ୍ରୀଭୁଜ, ଶ୍ରୀକିରିଟୀ, ସୂର୍ଯ୍ୟ, ଚନ୍ଦ୍ର, ମାଳି, ତିଳକ, ଚନ୍ଦ୍ରିକା, ଝୋବାକଣ୍ଠି ଓ ଆୟୁଦ୍ଧମାନ ଲାଗି କରାଯାଇଥିଲା। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର