ଭୁବନେଶ୍ୱର: ଦୀର୍ଘ ୭୦ ବର୍ଷର ପୁରାତନ ଫୁଟ୍‌ୱେୟାର୍ ତଥା ଜୋତା ଶିଳ୍ପ ବ୍ୟବସାୟରେ ଏକ ନିର୍ଭରଯୋଗ୍ୟ ବ୍ରାଣ୍ଡ ଭାବେ ପରିଚିତ ଶ୍ରୀଲେଦର୍ସ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଖୋଲିଛି ନୂତନ ଶୋ’ରୁମ। ଏଠାରେ ଓଡ଼ିଶାର ଗ୍ରାହକଙ୍କ ପାଇଁ ରହିଛି ଉତ୍ତମ ମାନର, ଆରାମଦାୟକ ତଥା ଷ୍ଟାଇଲିସ୍ ସାମଗ୍ରୀ। ଏହି ନୂତନ ଶୋ’ରୁମରେ ବିଶ୍ୱସ୍ତରୀୟ ଜୋତା, ଚମଡ଼ାରେ ନିର୍ମିତ ବ୍ୟାଗ୍‌, ଟ୍ରାଭେଲ୍ ବ୍ୟାଗ୍‌, ସ୍ପୋର୍ଟ ଜୋତା, ଆକ୍ଟିଭ୍ ୱେର୍ ଆଦି ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। 

Advertisment

ଦେଶବାସୀଙ୍କୁ ଅପେକ୍ଷାକୃତ ସ୍ୱଳ୍ପ ମୂଲ୍ୟରେ ଆରାମଦାୟକ ଜୋତା ଯୋଗାଇଦେବା ପାଇଁ ୧୯୫୨ ମସିହାରେ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ସୁରେଶ ଚନ୍ଦ୍ର ଦେ, ‘ଶ୍ରୀଲେଦର୍ସ’ ବ୍ୟବସାୟ ଆରମ୍ଭ କରିଥିଲେ। ୭୦ ବର୍ଷ ପୁରାତନ ଏହି ବ୍ରାଣ୍ଡ ଜୋତା ବଜାରରେ ଗୁଣାତ୍ମକ ଉତ୍ପାଦ ଏବଂ ଗ୍ରାହକ ସନ୍ତୁଷ୍ଟୀକରଣ କ୍ଷେତ୍ରରେ ନିଜର ପ୍ରତିଷ୍ଠା ବଜାୟ ରଖିଛି। ଏହି ପରିପ୍ରେକ୍ଷୀରେ ଶ୍ରୀଲେଦର୍ସର ଅଂଶୀଦାର ଶ୍ରୀ ଶେଖର ଦେ କହିଛନ୍ତି ଯେ, ‘ପ୍ରତ୍ୟେକ ନୂତନ ଉତ୍ପାଦର ଗୁଣବତ୍ତା ଏବଂ ଗ୍ରାହକଙ୍କ ଗ୍ରହଣୀୟତା ବିଷୟରେ ନିଶ୍ଚିତ ହେବା ପରେ ହିଁ ଆମେ ଏହାକୁ ଆମର ଅନ୍ୟାନ୍ୟ ଫ୍ରାଞ୍ଚାଇଜ୍‌ରେ ବଣ୍ଟନ କରୁ।’

ସମସ୍ତ ବର୍ଗର ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ବିଶ୍ୱସ୍ତରୀୟ ଜୋତା, ବ୍ୟାଗ୍ ଓ ନିତ୍ୟ ବ୍ୟବହାର୍ଯ୍ୟ ଚମଡ଼ା ସାମଗ୍ରୀ ଯୋଗାଇବାରେ ‘ଶ୍ରୀଲେଦର୍ସ’ ଜୋତା ବଜାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ‘ଏସ୍‌ଏଲ୍ ପ୍ରିମିୟମ୍‌’ ହେଉଛି ଏହାର ଏକ ନୂତନ ବର୍ଗ, ଯାହାକୁ ଗ୍ରାହକମାନଙ୍କଠାରୁ ବେଶ୍ ଭଲ ଫିଡ୍‌ବ୍ୟାକ୍ ମିଳିଛି। ଶ୍ରୀଲେଦର୍ସ ଏବେ ପିଲାମାନଙ୍କ ପାଇଁ ନେଇଆସିଛି ସ୍ୱତନ୍ତ୍ର \"ଛୋଟା ଭୀମ୍ କଲେକ୍ସନ୍‌\' । ସମଗ୍ର ଦେଶରେ ଏହି କଲେକ୍ସନ୍ ଉନ୍ମୋଚନ ହେବାରେ ଭୁବନେଶ୍ୱର ହେଉଛି ପ୍ରଥମ ସହର। ଏହି ଅବସରକୁ ଆହୁରି ଉତ୍ସାହଜନକ କରିବା ପାଇଁ ଫେବୃଆରୀ ୨୦ ତାରିଖ ଦିନ ଚନ୍ଦ୍ରଶେଖରପୁର ଷ୍ଟୋର୍‌ରେ\"ଛୋଟା ଭୀମ୍‌\' ମାସ୍କଟ୍‌ମାନେ ଉପସ୍ଥିତ ରହିବେ ଯେଉଁଠି ପିଲାମାନେ ସେମାନଙ୍କ ପ୍ରିୟ କାର୍ଟୁନ୍ ଚରିତ୍ରଙ୍କ ସହ ଫୋଟୋ ଉଠାଇବାର ମଜା ପାଇପାରିବେ। 

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ରାଣ୍ଡର ଭବିଷ୍ୟତ ବିଷୟରେ ଅଭିବ୍ୟକ୍ତି ପ୍ରକାଶ କରି ପରିବାରର ତୃତୀୟ ପିଢି ତଥା ଅଂଶୀଦାର ଶ୍ରୀ ସୁଶାନ୍ତୋ ଦେ କହିଛନ୍ତି ଯେ, ‘ବର୍ତ୍ତମାନ ଆମେ କ୍ରୀଡ଼ା ଭିତ୍ତିକ ଜୋତା ଉତ୍ପାଦନ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛୁ । ଜୋତାର ଗୁଣବତ୍ତା ବିଶ୍ୱସ୍ତରୀୟ ହେବା ସହ ଏହାର ମୂଲ୍ୟ ଗ୍ରାହକଙ୍କୁ ସୁହାଇଲା ଭଳି ହେବ।’ ଏହି ସମସ୍ତ କ୍ରୀଡ଼ା ଭିତ୍ତିକ ଜୋତା, ସ୍ପୋର୍ସ ୱେର୍ ଏବଂ ଆକ୍ଟିଭ୍ ୱେର୍‌, ଏସ୍‌ଏଲ୍ ସ୍ପୋର୍ସ ବ୍ରାଣ୍ଡରେ ବିକ୍ରି ହୋଇଥାଏ। ଗତ ଏକ ବର୍ଷ ମଧ୍ୟରେ ‘ଶ୍ରୀଲେଦର୍ସ’ ପୂର୍ବ ଓ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟ ଯଥା ଝାରଖଣ୍ଡ, ବିହାର, ଓଡ଼ିଶା ଆଦି ସ୍ଥାନରେ ପ୍ରାୟ ୧୦ରୁ ଅଧିକ ଷ୍ଟୋର ସଫଳତାର ସହ ପରିଚାଳନା କରୁଛି। ଆଞ୍ଚଳିକ ଷ୍ଟୋର୍ ପ୍ରତିଷ୍ଠା, ଦେଶ ବ୍ୟାପୀ ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିବାର ଆମ ପ୍ରୟାସକୁ ସମୃଦ୍ଧ କରିବାରେ ସହାୟକ ହେବ। ସାମ୍ବାଦିକ ସମ୍ମିଳନୀରେ ପୂଜାରିଣୀ ଦେ ଙ୍କ ସମେତ ଶ୍ରୀଲେଦର୍ସ ମାର୍କେଟିଂ ମୁଖ୍ୟ ସୌରଭ ବିଶ୍ୱାସ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଫ୍ରାଞ୍ଚାଇଜ୍ ମାଲିକ ମାନିକ୍ ହଂସ ଏବଂ ପପୁ ହଂସ ଉପସ୍ଥିତ ଥିଲେ।