ଭୁବନେଶ୍ୱର : ଓଡ଼ିଆ ନୂଆବର୍ଷ ସନ୍ଧ୍ୟାରେ ମହମହ ବିଷୁବ ପଣାର ମହକ ସହ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ନେଇ ଓଡ଼ିଆଣୀମାନଙ୍କ ମଧ୍ୟରେ ଚାଲିଥିଲା ମହାସମର। ଅବସର ଥିଲା ‘ସମ୍ଭାବନା’ର ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାର ଅନ୍ତିମ ସନ୍ଧ୍ୟା। ପାରମ୍ପରିକ ପୋଷାକ ପରିଧାନ କରି ମଞ୍ଚକୁ ପ୍ରତିଯୋଗୀ ଓଡ଼ିଆଣୀମାନେ ପ୍ରବେଶ କରିଥିଲେ। ଓଡ଼ିଶାର ସଂସ୍କୃତିକୁ ନେଇ ବିଚାରକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ସନ୍ଧ୍ୟାର ଅନ୍ୟତମ ଆକର୍ଷଣ ଥିଲା ଓଡ଼ିଆଣୀଙ୍କ ବେଶଭୂଷାର ଚମକ ଓ ପାରମ୍ପରିକ ସଙ୍ଗୀତ ଗାନ। ଚିତ୍ରଶିଳ୍ପୀ ଗଜେନ୍ଦ୍ର ପାଢ଼ୀ ଓ ପ୍ରଫେସର ସନ୍ତୋଷ ତ୍ରିପାଠୀ ପ୍ରମୁଖ ଓଡ଼ିଆଣୀଙ୍କ ବେଶ ପୋଷାକର ମୂଲ୍ୟାୟନ କରିଥିଲେ। ସଙ୍ଗୀତ ଶିଳ୍ପୀ ପ୍ରଦୀପ ଦାସ ଓ ସନ୍ତୋଷ ତ୍ରିପାଠୀ ସଙ୍ଗୀତ ପ୍ରତିଯୋଗିତାର ବିଚାରକ ଥିଲେ। ଉତ୍ସବରେ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ଗତ ବର୍ଷର ଶ୍ରେଷ୍ଠ ଓଡ଼ିଆଣୀ ମଧୁସ୍ମିତା ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାର ଫଳାଫଳ ଓ ସମ୍ବର୍ଦ୍ଧନା ସଭା ଏପ୍ରିଲ ୨୭ ତାରିଖରେ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ଦେବପ୍ରସାଦ ପରିଜା ପ୍ରାରମ୍ଭିକ ସୂଚନା ଦେଇଥିଲେ।
ଶେଷ ହେଲା ‘ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା’
/sambad/media/post_attachments/wp-content/uploads/2018/04/odiani-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)