ଭୁବନେଶ୍ୱର : ରାଷ୍ଟ୍ରୀୟ ସଂସ୍କୃତି ସଂସ୍ଥାନ ପକ୍ଷରୁ ଫେବ୍ରୁଆରି ୨୭ ଓ ୨୮ ଦୁଇ ଦିନ ଧରି ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ସମାରୋହ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହେବ। ଏହି ସମାରୋହରେ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋଚନା କରାଯିବ। ଏଥିରେ ଜାପାନ, ଋଷିଆ, ଦୁବାଇ ଆଦି ଦେଶର ଭକ୍ତ ତଥା ନୃତ୍ୟଶିଳ୍ପୀ ଯୋଗ ଦେବେ।ଆଜି ଅନୁଷ୍ଠାନ ପକ୍ଷରୁ ୟୁନିଟ୍-୫ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିନଳୀରେ ଅନୁଷ୍ଠାନର ନିର୍ଦେଶକ ଜଗବନ୍ଧୁ ଜେନା ଏହି ସୂଚନା ଦେଇଛନ୍ତି। ଏଥିସହ ଓଡ଼ିଶାର ଜଗନାଥ ସଂସ୍କୃତି ସମ୍ପର୍କରେ କାର୍ଯ୍ୟରତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ। ସାଙ୍ଗଠନିକ କମିଟି ଅଧ୍ୟକ୍ଷ ବାସୁଦେବ ଭଟ୍ଟ ସୂଚନା ଦେଇ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ବ୍ରାଜିଲର ବ୍ରୁନୋ ଟୋନେଲି, କମଳାକ୍ଷୀ ରୂପିଣୀଙ୍କ ସହ ଓଡ଼ିଶାର ଶିକ୍ଷାବିତ୍ ବଦ୍ରିନାଥ ପଟ୍ଟନାୟକ, କିଶନଲାଲ ଅଗ୍ରଓ୍ଵାଲ, ସ୍ନାୟୁଶଲ୍ୟ ବିଶେଷଜ୍ଞ ଅଶୋକ ମହାପାତ୍ର, ମର୍ଦଳ ଗୁରୁ ବନମାଳି ମହାରଣା, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର, ସମାଜସେବୀ ଡଗର କାଣ୍ଡି, ଅନ୍ତର୍ଯ୍ୟାମୀ ମହାରଣା, ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରିର ପ୍ରତିଷ୍ଠାତା ତାରାକାନ୍ତ ପରିଡ଼ା, ଯୁବସାମ୍ବାଦିକ ଚୌଧୁରୀ ଅମିତାଭ ଦାସ, ଯୁବ ସାମ୍ବାଦିକ ଅର୍ଧେନ୍ଦୁ ଶେଖର ଦାସ ପ୍ରମୁଖଙ୍କୁ ସମ୍ମାନିତ କରାଯିବ। ଉତ୍ସବ କମିଟି ଅଧ୍ୟକ୍ଷ ସଞ୍ଜୀବ ପାଇକରାୟ କହିଛନ୍ତି, ପ୍ରତେକ ଦିନ ଅନରାହ୍ନରେ ଗୀତଗୋବିନ୍ଦ ଓ ଜଗନ୍ନାଥ ଭଜନ ପରିବେଷଣ କରାଯିବ।
୨୭ରୁ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ସମାରୋହ
/sambad/media/post_attachments/wp-content/uploads/2018/02/jagannatha-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)