ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ : ବୁଧବାର ହଳଦୀ ପାଣି, ଆଜି ଭଉଁରି

ପୁରୁଣା ଭୁବନେଶ୍ୱର : ଅକ୍ଷୟ ତୃତୀୟଠାରୁ ଆରମ୍ଭ ହୋଇଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଜାରି ରହିଛି। ଆସନ୍ତା କାଲି ଭଉଁରି। ତେବେ ଏହି ଦିନ ପରମ୍ପରା ଅନୁଯାୟୀ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବ ଚାପ ଡଙ୍ଗାରେ ଉତ୍ତରେଶ୍ୱର ଘାଟକୁ ଯିବେ। ତେବେ ଉତ୍ତରେଶ୍ୱର ଘାଟରେ ଦଳ ଭର୍ତ୍ତିି ହୋଇ ରହିଛି। ଫଳରେ ଚାପ ଡଙ୍ଗା ଯିବାରେ ସମସ୍ୟା ସୃଷ୍ଟି ହେବ ବୋଲି ନାଉରିଆମାନେ କହିଛନ୍ତି। ବିଏମ୍‌ସି ପକ୍ଷରୁ ଏହାର ସଫେଇ କରିବା ଆବଶ୍ୟକ ବୋଲି ସ୍ଥାନୀୟ ଯୁବ ନେତା ଭୀଷ୍ମ ନାରାୟଣ ନାୟକ କହିଛନ୍ତି। ପୁଷ୍କରିଣୀ ସଫଇ କରିବା ନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ ବିଏମ୍‌ସିକୁ ଜଣାଇଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର