ଓଡ଼ିଆ ‘ଶ୍ରୀରାମ ଚରିତ ମାନସ’ ଉନ୍ମୋଚିତ

ଭୁବନେଶ୍ବର : ପୂଜ୍ୟପୂଜା, ଓଡ଼ିଶା ପକ୍ଷରୁ ମାସିକ ଆଲୋଚନାଚକ୍ର ଓ ପୁସ୍ତକ ଉନ୍ମୋଚନ ଉତ୍ସବ ସରକାରୀ ମୋଟର କର୍ମଚାରୀ ବିଶ୍ରାମ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏସ୍‌ଭିଏମ୍‌ କଲେଜ୍‌ର ଡ.ଅଜୟ କୁମାର ମିଶ୍ର ମୁଖ୍ୟ ଅତିଥି ଭା‌ବ‌େ ଯୋଗ ଦେଇଥିବା ବେଳେ ଡ.ଆରତି କର ମୁଖ୍ୟବକ୍ତା ଭାବେ ‌ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଡ.ସୌରିବନ୍ଧୁ କରଙ୍କ ଅଧ୍ୟକ୍ଷତାରେ ତିରୁପତି ସଂସ୍କୃତ ମହାବିଦ୍ୟାଳୟର ପ୍ରଫେସର ଭାରତ ଭୂଷଣ ରଥ, ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପଣ୍ଡିତ କମଳାକାନ୍ତ ମିଶ୍ରଙ୍କ ପୁସ୍ତକ ଓଡ଼ିଆ ଶ୍ରୀରାମ ଚରିତ ମାନସ (ସୁନ୍ଦରାକାଣ୍ଡ) ଉନ୍ମୋଚିତ ହୋଇଥିଲା। ସମ୍ପାଦକ ରମାକାନ୍ତ ମିଶ୍ର ସ୍ବାଗତ ଭାଷଣ ଏବଂ ପ୍ରଦୀପ୍ତ କୁମାର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ। ଦାମୋଦର ସେନାପତି ଏବଂ ଅମିତା ପ୍ରଭା ସ୍ବାଇଁ ପ୍ରାରମ୍ଭରେ ଭଜନ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର