ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଆଲୋଚନାଚକ୍ର

ଭୁବନେଶ୍ୱର: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ୪ର୍ଥ ଆଲୋଚନାଚକ୍ର ‘କନ୍‌କୋର୍ସ ୨୦୧୭’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ୱବିଦ୍ୟାଳୟ କୁଳପତି ଡ. ନନ୍ଦଲାଲ, କାର୍ମିକ ନିର୍ଦେଶକ ନରେନ୍ଦ୍ର ଲାମ୍ବା, କୁଳସଚିବ ପ୍ରସନ୍ନ କୁମାର ଡେଭିଡ୍‌, ପ୍ରବନ୍ଧନ ବିଭାଗର ଡିନ୍‌ ଶ୍ରୀନିବାସ ସୁବାରାଓ, ସୁବାସ ଚନ୍ଦ୍ର ନାଥ, ଡ. ପୁଷ୍ପେନ୍ଦ୍ର ଖଣ୍ଡେଲଓ୍ଵାଲ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଡ. ଅମର କ୍ରିଷ୍ଣା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଦୀପଙ୍କର ଲାମ୍ବା ଛାତ୍ରଛାତ୍ରୀଙ୍କୁ ‘ଡିଜିଟାଲ ମାର୍କେଟିଂ’ ଉପରେ ଆଲୋକପାତ କରିଥିଲେ। ‘ବୁକ୍‌ ମାଇଁ ସୋ’ର ସାଧାରଣ ପରିଚାଳକ ନଦିର୍‌ ମିଷ୍ଟ୍ରି ତଥ୍ୟ ସଂଗ୍ରହ ଓ ପରିବେଷଣ ମହତ୍ୱ ବୁଝାଇଥିଲେ। ‘ଏୟାର ସେଲ୍‌’ର ସାଧାରଣ ପରିଚାଳକ ଅଂଶୁମାନ ମହାପାତ୍ର ଦେଶରେ ବଢ଼ୁଥିବା ଡିଜିଟାଲ୍‌ ମାର୍କେଟିଂରେ ଭିଡ଼ିଓ ଅଭିଯାନ ସମ୍ପର୍କରେ କହିଥିଲେ।

ସମ୍ବନ୍ଧିତ ଖବର