ଭୁବନେଶ୍ବର: ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ଜନ୍ମଦିନ ପାଳନ ଅବସରରେ ଶ୍ରୀଜଗନ୍ନାଥ ଓ ଶ୍ରୀସାଇନାଥଙ୍କ ଚିତ୍ରାଙ୍କନ ଓ ଭଜନ ପ୍ରତିଯୋଗିତା ୟୁନିଟ ୯ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟି ଶରତ ଚନ୍ଦ୍ର ଭଦ୍ର, ଟଙ୍କପାଣି ସାଇ ମନ୍ଦିର ସମ୍ପାଦକ ବିଭୁ ମହାପାତ୍ର ଓ ଖୋର୍ଦ୍ଧା ଜିଲ୍ଲା ଖାଉଟି କମିସନ ସଦସ୍ୟା ଶୁଭଲକ୍ଷ୍ମୀ ତ୍ରିପାଠୀ, ଦୂରଦର୍ଶୀ ପତ୍ରିକାର ସମ୍ପାଦକ ଦୁର୍ଗା ପ୍ରସାଦ ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ଶିଶୁମାନଙ୍କ ଆଧ୍ୟାତ୍ମିକ ବିକାଶ ହିଁ ପ୍ରକୃତ ବିକାଶ ବୋଲି ମତବ୍ୟକ୍ତ କରିବା ସହ ପ୍ରତିଭା ସମ୍ପନ୍ନ ଶିଶୁ ଚିତ୍ରଶିଳ୍ପୀମାନଙ୍କୁ ପୁରସ୍କୃତ କରିଥିଲେl
ସେହିପରି ଭଜନ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ସୌରଭ ନାୟକ ସଂଗୀତ ବିଚାରକ ମଣ୍ଡଳୀର ମୁଖ୍ୟ ରୂପେ ଯୋଗଦାନ କରିଥିଲେ। ଏହି ଅବସରରେ ଭଜନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ରୁଦ୍ର ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲରୁ ପାଞ୍ଚଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇ ଚିତ୍ରାଙ୍କନ ଓ ଭଜନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସଂଗୀତକାର ଜ୍ଞାନ ମହାନ୍ତି, ସଂଗୀତ ଶିକ୍ଷକ ଅମିତାଭ ସାହୁ, ସାମାଜିକ କର୍ମୀ ଟୁନା ସାହୁ, ଯୁବ ସଂଗଠକ ଚିନ୍ମୟ ଦାସ, ମାନସ ବସ୍ତିଆ, ଚିତ୍ରଶିଳ୍ପୀ ସତ୍ୟ ଶେଖର ପରିଡ଼ା ଓ ଦୃଷ୍ଟିହୀନ ତବଲାବାଦକ ବାଳକୃଷ୍ଣ ଦାସ ଓ ଟ୍ରଷ୍ଟର ସଦସ୍ୟ ଦୁର୍ଗା ପ୍ରସାଦ ତ୍ରିପାଠୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ଟ୍ରଷ୍ଟର ସମ୍ପାଦକ ସୁନୀଲ ମହାନ୍ତି ଧନ୍ୟବାଦ ଦେଇଥିଲେ।