ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ୍‌ ସ୍କୁଲର ଦକ୍ଷିଣ କୋରିଆ ସହ ସାଂସ୍କୃତିକ ଭାବ ବିନିମୟ

ଭୁବନେଶ୍ୱର : ଦୁଇ ଦେଶ ମଧ୍ୟରେ ଶିକ୍ଷା ଓ ସାଂସ୍କୃତିକ ଭାବ ବିନିମୟ କରିବା ଉଦ୍ଦେଶ୍ୟରେ ଦକ୍ଷିଣ କୋରିଆରୁ ଆସିଥିବା ପ୍ରତିନିଧିମାନଙ୍କୁ ନେଇ ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ୍‌ ସ୍କୁଲ ପରିସରରେ ଏକ ଭବ୍ୟ ସମାରୋହ ଆୟୋଜିତ ହୋଇଯାଇଛି। ଏଥିରେ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ସମ୍ମାନିତ ଅତିଥିି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ଚେୟାରମ୍ୟାନ୍‌ ପବିତ୍ର ରାଉତରାୟ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ଅବସରରେ ଦେଶ ଦେଶ ମଧ୍ୟରେ ଶିକ୍ଷା ଓ ସଂସ୍କୃତିର ଭାବ ଆଦାନ ପ୍ରଦାନ ଦ୍ୱାରା ଉଭୟ ଶିକ୍ଷା ଓ ସଂସ୍କୃତି ନିଜର ଶୀର୍ଷ ସ୍ଥାନରେ ପହଞ୍ଚି ପାରିବ ବୋଲି ମତ ରଖିଥିଲେ। ବିଦ୍ୟାଳୟ ତରଫରୁ ଉପସ୍ଥିତ ଥିବା ସମସ୍ତ ଦକ୍ଷିଣ କୋରିଆ ପ୍ରତିନିଧିଙ୍କୁ ଉପଢୌକନ୍ୟ ଦେଇ ସମ୍ମାନିତ କରାଯାଇଥିଲା। ଏଥିରେ ବିଦ୍ୟାଳୟର ଛାତ୍ରୀ ଜାହ୍ନବୀ ମହାନ୍ତିଙ୍କ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ସ୍ୱରୂପାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉପାଧ୍ୟକ୍ଷ କବୀନ୍ଦ୍ର ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର