ପଢ଼ୁଆଁ ହେଲେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର : ପ୍ରଥମାଷ୍ଟମୀରେ ପଢ଼ୁଆଁ ହୋଇଛନ୍ତି ମହାପ୍ରଭୁ ଶ୍ରୀଲିଙ୍ଗରାଜ। ବୁଧବାର ସନ୍ଧ୍ୟାରେ ଏଥିପାଇଁ ଶ୍ରୀମୈତ୍ରେଶ୍ୱର ମନ୍ଦିରକୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଯାତ୍ରା କରିବା ପରେ ପଢ଼ୁଆଁ ନୀତି ସମାପନ କରାଯାଇଥିଲା। ମନ୍ଦିରରେ ଦ୍ୱିପ୍ରହର ଧୂପ ଓ ଆଳତି କରାଯିବା ପରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ସହ ମା’ ପାର୍ବତୀ, ମା’ ଦୁର୍ଗା, ଶ୍ରୀ ବସୁଦେବଙ୍କୁ ସୁସଜ୍ଜିତ ବିମାନ ଓ ପାଲିଙ୍କିରେ ନିଆଯାଇଥିଲା। ରାତି ପ୍ରାୟ ସାଢ଼େ ୯ଟାରେ ବିଭିନ୍ନ ସେବାୟତଙ୍କ ଗହଣରେ ବଢ଼େଇବାଙ୍କ ଛକ ନିକଟ ମୈତ୍ରେଶ୍ବର ମନ୍ଦିର ପାଖକୁ ଦେବଦେବୀ ଯାତ୍ରା କରିଥିଲେ। ସେଠାରେ ବଭିନ୍ନ ଫୁଲ ଓ ରଙ୍ଗୋଲିରେ ଚିତ୍ର ଅଙ୍କନ କରାଯିବା ସହ ଆତସବାଜିରେ ସ୍ୱାଗତ କରାଯାଇଥିଲା। ବଡ଼ୁ ସେବାୟତ ଶ୍ରୀଜିଉଙ୍କୁ ମଣେଇବା ପରେ ଦେବଦେବୀଙ୍କୁ ନିଆଯାଇ ଶ୍ରୀ ମୈତ୍ରେଶ୍ୱର ମନ୍ଦିରର ସମ୍ମୁଖରେ ଥିବା ସିଂହାସନରେ ବସାଯାଇଥିଲା। ଏହାପରେ ପାପନାଶିନୀ ପୁଷ୍କରିଣୀର ପାଣିକୁ ସଂସ୍କାର କରାଯାଇ ପୂଜାପଠା ଓ ସ୍ନାନ କରାଯାଇଥିଲା। ସୁଆର ସେବାୟତଙ୍କ ଦ୍ୱାରା ନୂତନ ଲୁଗା ପିନ୍ଧାଯାଇଥିଲା। ପୂଜାପଣ୍ଡା ସେବାୟତ ପଞ୍ଚ ଉପଚାରରେ ପୂଜାକରି ମାମୁ, ଭଣଜାଙ୍କୁ ମୁଆଁ ଭୋଗ କରାଇ ଭେଟ ଆଳତି କରିଥିଲେ। ଶ୍ରୀଜିଉ ପ୍ରତ୍ୟାବର୍ତ୍ତନ ବେଳେ ଶ୍ରୀଲିଙ୍ଗରାଜଙ୍କ ମାଇଁ କପାଳି ଠାକୁରାଣୀଙ୍କ ପାଖରେ ଭେଟ ଆଳତି କରାଯାଇଥିଲା। ସେହିପରି ଶ୍ରୀକପିଳନାଥ ମଧ୍ୟ ଆଜି ପଢ଼ୁଆଁ ହୋଇଛନ୍ତି।

ସମ୍ବନ୍ଧିତ ଖବର