ଭଙ୍ଗା ହେଲା ଶ୍ରୀଲିଙ୍ଗରାଜ ମନ୍ଦିରର ସର୍ବପୁରାତନ ଭଜନ ମଣ୍ଡପ

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟ ବିକାଶ ପାଇଁ ଆଜି ରାତି ସାଢ଼େ ୮ଟାରେ ସର୍ବପୁରାତନ ଭଜନ ମଣ୍ଡପକୁ ଭଙ୍ଗା ଯାଇଛି। ଆଜି ମଧ୍ୟ ବିଏମ୍‌ସି କମିସନର ମନ୍ଦିର ଚାରିପଟ ବୁଲି ଦେଖିଛନ୍ତି। ଅନ୍ୟପ‌ଟେ ମନ୍ଦିର କାର୍ଯ୍ୟାଳୟ ଭଙ୍ଗା କାମ ଅଧା ସରିଛି। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଜନ ମଣ୍ଡପ ପୁନଃ ନିର୍ମାଣ ପାଇଁ ୫କୋଟି ଟଙ୍କା ଘୋଷଣା କରିଛନ୍ତି। ଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା ନିକଟରେ ଭଜନ ମଣ୍ଡପ ଅର୍ଥାତ୍‌ ସଂସ୍କୃତି ମଣ୍ଡପ, ଲଇବ୍ରେରି, ଲିଙ୍ଗରାଜ ଗ‌ବେଷଣା ପ୍ରତିଷ୍ଠାନ ନିର୍ମାଣ କରାଯିବ। ଏହା ଉପରେ ଏକ ୱାଚ ଟାୱାର ରହିବ। ସେପଟେ ମନ୍ଦିର କାର୍ଯ୍ୟାଳୟକୁ ଭଙ୍ଗା ଯାଇଛି। କାର୍ଯ୍ୟାଳୟରେ ଥିବା ସୁନା ରୁପା ଟ୍ରେଜେରିରେ ରହିବା ପରେ ଏହି କାର୍ଯ୍ୟାଳୟକୁ ଗତ ଶନିବାରଠୁ ଭଙ୍ଗା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର