ପୁରୁଣା ଭୁବନେଶ୍ବର,: ଆସନ୍ତା ୮ତାରିଖ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣମୀରେ ପଡ଼ୁଛି ଚନ୍ଦ୍ରଗ୍ରହଣ। ଚନ୍ଦ୍ର ଉଦୟ ପୂର୍ବରୁ ଗ୍ରହଣ ଲାଗୁ ଥିବାରୁ ଏହା ଗ୍ରସ୍ତଦୋୟ ଚନ୍ଦ୍ରଗ୍ରହଣ। ୮ ତାରିଖ ଅପରାହ୍ନ ୨ଟା ୩୭ମିନିଟ୍ରେ ଗ୍ରହଣ ସ୍ପର୍ଶ କରିବ ଓ ସଂଧ୍ୟା ୬ଟା ୨୧ ମିନିଟ୍ରେ ସର୍ବମୋକ୍ଷ ହେବ। ୮ତାରିଖ ଅପରାହ୍ନ ୫ଟା ୧୫ମିନିଟ୍ ଗ୍ରହଣ ମଧ୍ୟ ସମୟରେ ଶ୍ରୀଲିଙ୍ଗରାଜ ମହାପ୍ରଭୁ ବିନ୍ଦୁସାଗରକୁ ଗ୍ରହଣ ସ୍ନାନ କରିବାକୁ ଯିବେ। ସେହିପରି ୭ତାରିଖ ସୋମବାର ରାତି ୨ଟା ୩୭ମିନିଟ୍ ଠାରୁ ୮ତାରିଖ ସନ୍ଧ୍ୟା ୬ଟା ୧୧ମିନିଟ୍ ପର୍ଯ୍ୟନ୍ତ ଠାକୁରଙ୍କ ନୀତିକାନ୍ତି ଓ ଦେବ ନୀତି ବନ୍ଦ ରହିବ।
ଏହି ସମୟରେ ମନ୍ଦିର ଭିତରେ ଓ ବାହାରେ ସମସ୍ତ ଫୁଲ, ଦୀପ ଓ ଭୋଗ ଦୋକାନ ବନ୍ଦ ରହିବ। ତେବେ ୮ତାରିଖ ସଂଧ୍ୟା ୬ଟା ୨୧ ମିନିଟ୍ ସର୍ବମୋକ୍ଷ ଓ ଚନ୍ଦ୍ର ଦର୍ଶନ ପରେ ସେଦିନର ଦେବନୀତି ସମ୍ପନ୍ନ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/48.jpg)