ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିରରେ ବାରମ୍ବାର ପରମ୍ପରା ଭଙ୍ଗ ହେବା ଦ୍ବାରା ଜନମାନସକୁ କୁଠାରଘାତ ହେଉଛି। ଏଥିପାଇଁ ସମ୍ପୃକ୍ତ ସେବାୟତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଦାବି ହୋଇଛି। ସେହିପରି ସେବାୟତଙ୍କ ଜମି ଫେରାଇବାକୁ ପ୍ରଶାସନ ପଦକ୍ଷେପ ନେବାକୁ ମଧ୍ୟ ଦାବି କରାଯାଇଛି। ଏନେଇ ମଞ୍ଚ ପକ୍ଷରୁ ମନ୍ଦିର କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ କରାଯିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।
ନିକଟରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଦେବଦମ୍ପତିଙ୍କ ବିବାହ ଅବସରରେ ବହୁ ପରମ୍ପରା ଭଙ୍ଗ ହେଲା। ଏହି ପରମ୍ପରା ଭଙ୍ଗ କରୁଥିବା ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ ଓ ସଭ୍ୟମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/lingaraj-temple-fa.jpg)