ଶ୍ରୀନିବାସଙ୍କୁ ଶ୍ରେଷ୍ଠ କୋରିଓଗ୍ରାଫର୍‌ ଓ କାହାଣୀକାର ସମ୍ମାନ

ଭୁବନେଶ୍ବର: ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପତ୍ରିକା ‘ଜି-ଟାଉନ୍‌’ପକ୍ଷରୁ ‘ଆଜାଦି କି ଅମୃତ ମହୋତ୍ସବ’ ପରିପ୍ରେକ୍ଷୀରେ ବଲିଉଡ୍‌ କଳାକାରମାନଙ୍କୁ ନେଇ ଏକ ନୃତ୍ୟଭିତ୍ତିକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏଥିରେ ‘ମୁକ୍ତି କି ମହାନାୟକ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି। ଚଳଚ୍ଚିତ୍ରର କାହାଣୀ ଓ ନୃତ୍ୟ ରଚନା ଦାୟିତ୍ବ ତୁଲାଇଛନ୍ତି ଓଡ଼ିଶୀ ନୃତ୍ୟ ଗବେଷକ ତଥା ନୃତ୍ୟଶିଳ୍ପୀ ଶ୍ରୀନିବାସ ଘଟୁଆରୀ।

ଶ୍ରେଷ୍ଠ କୋରିଓଗ୍ରାଫର୍‌ ଓ ଶ୍ରେଷ୍ଠ କାହାଣୀକାର ଭାବେ ଦିଲ୍ଲୀସ୍ଥିତ ଧ୍ୟାନଚାନ୍ଦ ଷ୍ଟାଡିୟମ୍‌ଠାରେ ଶ୍ରୀ ଘଟୁଆରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ବଲିଉଡ୍‌ ଅଭିନେତ୍ରୀ ମିନୀଷା ଲାମ୍ବା ଅତିଥି ଭାବେ ଯୋଗଦେଇ ଶ୍ରୀ ଘଟୁଆରୀଙ୍କୁ ସମ୍ବର୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ସୁବାସ ସାହୁ, ସୋନୁ ସୁଦ୍‌ ଓ ବିଶେଷ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ମୁକ୍ତି କି ମହାନାୟକ ଚଳଚ୍ଚିତ୍ରର କାହାଣୀ ଓଡ଼ିଶାର ପଞ୍ଚ ପାଇକଙ୍କ ଉପରେ ଆଧାରିତ।

ସମ୍ବନ୍ଧିତ ଖବର