ଓଲିଉଡ୍ ଅଭିନେତା ଶ୍ରୀତମ ଦାସଙ୍କ ପ୍ରେମ କାହାଣୀ ବେଶ୍ ନିଆରା। ନିଜ ପ୍ରେମ ସମ୍ପର୍କରେ ଶ୍ରୀତମ କୁହନ୍ତି, ପୁନମ୍ ପ୍ରଥମେ ଜଣେ ଫ୍ୟାନ୍ ହିସାବରେ ମୋତେ ଦେଖା କରିଥିଲେ। ଏହାର ଅନେକ ଦିନ ପରେ ସେ ଆମ ଲ୍ୟାଣ୍ଡ ନମ୍ବରକୁ ଫୋନ୍ କଲେ ଓ ମୋ ନମ୍ବର ଆଣି କଥା ହେଲେ। ପ୍ରଥମେ ଆମେ ସାଙ୍ଗ ହିସାବରେ କଥା ହେଉଥିଲୁ। କିଛି ଦିନ କଥାବାର୍ତ୍ତା ହେବା ପରେ ତାଙ୍କୁ ଦେଖିବା ପାଇଁ ଇଚ୍ଛା ହେଲା ଓ ସେତବେଳେ ଅର୍କୁଟ୍ ବହୁତ ଚାଲିଥିଲା। ସେଥିରେ ତାଙ୍କୁ ଫଟୋ ପଠାଇବା ପାଇଁ କହିଥିଲି। କିନ୍ତୁ ତାଙ୍କର ଆକାଉଣ୍ଟ ନ ଥିବାରୁ ଆଉ ଦେଖା ହୋଇପାରିଲା ନାହିଁ। ଅନେକ ଦିନ ପରେ ମୋ ସାଙ୍ଗର ମାଲକାନଗିରିରେ କାମ ଥିଲା ଓ ସେ ମୋତେ ଯିବା ପାଇଁ କହିଥିଲେ। ଆମେ ଦୁଇ ସାଙ୍ଗ ମାଲକାନଗିରି ଗଲୁ। କାମ ସାରି ରାୟଗଡ଼ା ଯାଇ ପୁନମଙ୍କୁ ଦେଖା କଲି। ପରେ ଘର ଲୋକଙ୍କ ସହମତି କ୍ରମେ ବିବାହ ହେଲା। ଆଉ ମୁଁ ଶଗଡ଼ରେ ବର ହୋଇ ଯାଇଥିଲି। ବାହାଘର ପୂର୍ବରୁ ଓ ପରେ ଭାଲେଣ୍ଟାଇନ ଡେ’ରେ ତାଙ୍କୁ ପଚାରେ ତୁମେ ମୋ ଭାଲେଣ୍ଟାଇନ କି ? ସେ ଉତ୍ତରରେ ଏକ ମନ ଖୋଲା ହସି ଦିଅନ୍ତି। ତା ଛଡ଼ା ଚକଲେଟ ଡେ’ର ଏକ ଅଭୁଲା ଅନୁଭୂତି ଆଜି ବି ମୋ ମନ ଭିତରେ ତାଜା ରହିଛି। ଗାରେ ସିନ୍ଦୂର ଧାରେ ଲୁହର ଏକ ଗୀତର ସୁଟିଂ ରାଉରକେଲାରେ ଚାଲିଥାଏ। ସେହି ଦିନଟି ଥାଏ ଚକଲେଟ ଡେ’। ସୁଟିଂ ସମୟରେ ମୋର ଜଣେ ଫ୍ୟାନ ମତେ ଏକ ବଡ଼ ଚକଲେଟ ଦେବା ପାଇଁ ଅନେକ ସମୟରୁ ଅପେକ୍ଷା କରି ରହିଥାଆନ୍ତି। କୌଣସି କାରଣ ପାଇଁ ସେ ଝିଅ ମୋ ପାଖକୁ ଆସି ପାରୁନଥିଲେ। ପରେ କିଛି ସମୟ ପାଇବା ପରେ ମୋ ପାଖକୁ ଆସି ସେ ଚକଲେଟ ଦେଲେ। କିନ୍ତୁ ଉଷା ଓ ଅନୁ ଚକଲେଟ୍ଟାକୁ ସେ ଝିଅ ଆଗରେ ଭାଙ୍ଗିକି ଖାଇଦେଲେ। ଆଉ ସେ ଅନୁଭୂତି ମୁଁ କେବେ ଭୁଲି ପାରିବି ନାହିଁ। ଏବେ ପୁନମଙ୍କ ପାଇଁ ଆଣୁଥିବା ଚକଲେଟ ମୋ ଝିଅ ସବୁ ଖାଇ ଦିଏ।
ଶ୍ରୀତମ-ପୁନମଙ୍କ ପ୍ରେମ କାହାଣୀ : ପ୍ରଶଂସିକାରୁ ପ୍ରେମିକା, ପ୍ରେମିକାରୁ ପତ୍ନୀ
/sambad/media/post_attachments/wp-content/uploads/2018/02/sritam.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)