ଚନ୍ଦ୍ରଶେଖରପୁର : ନାଁ ହେଉଛି ଶ୍ରୀବିହାର। ମାତ୍ର ଦୀର୍ଘ ୨୫ ବର୍ଷ ହେବ ଏହି ଅଞ୍ଚଳ ଶ୍ରୀହୀନ ହୋଇ ପଡ଼ିରହିଛି। ନା ଅଛି ରାସ୍ତା, ନା ଡ୍ରେନ୍। ରାଜଧାନୀର ଓ୍ଵାର୍ଡ଼ ନଂ-୩ ଅନ୍ତର୍ଗତ ପଟିଆ ଶ୍ରୀବିହାରରେ ବସବାସ କରୁଥିବା ପ୍ରାୟ ୨୦୦ରୁ ଊର୍ଧ୍ୱ ପରିବାରଙ୍କର ଏ ହେଉଛି ବିକଳ ଚିତ୍ର। ୧୯୯୨ ମସିହାରୁ ଏଠାରେ ବସବାସ କରିଆସୁଥିବା ବାସିନ୍ଦାମାନେ କିନ୍ତୁ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ପ୍ଲଟିଂ କରି ବିକିଥିବା ବ୍ୟକ୍ତି ଜମି ସହିତ ବିଭିନ୍ନ ସାମାଜିକ କାର୍ଯ୍ୟ ନିମନ୍ତେ ଖୋଲା ସ୍ଥାନ ସହିତ ଏକ ୨୦ଫୁଟିଆ ରାସ୍ତା ଦେବା କଥା ସ୍ଥିର ହୋଇଥିଲା। ମାତ୍ର ରାସ୍ତା ନିର୍ମାଣ ହୋଇପାରିନଥିଲା। ପରବର୍ତ୍ତୀ ସମୟରେ ଏହି ସମସ୍ୟା ସମ୍ପର୍କରେ ବିଏମ୍ସିର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସଂପୃକ୍ତ ରାସ୍ତା ବିଏମ୍ସିକୁ ହସ୍ତାନ୍ତର ନହୋଇଥିବା କୁହାଯାଇ ନିର୍ମାଣ କାର୍ଯ୍ୟକୁ ଟାଳି ଦିଆଯାଇଥିଲା। ଶ୍ରୀବିହାରରେ ୮ଟି ଲେନ୍ ରହିଛି। ଲେନ୍ ନଂ-୮କୁ ଯୋଗାଯୋଗ ପାଇଁ ଭଲ ରାସ୍ତାଟିଏ ମଧ୍ୟ ନାହିଁ। ଡ୍ରେନ୍ କଥା ତ’ ନକହିବା ଭଲ। ବର୍ଷର ବାର ମାସ ରାସ୍ତା ଉପରେ ପାଣି ଭାସୁଥାଏ। ବର୍ଷା ଦିନେ ଏହି ଲେନ୍ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ। ଖାଲଖମାରେ ଭର୍ତ୍ତି ଏହି ମାଟି ରାସ୍ତା ଏହା କୌଣସି ରାଜଧାନୀ ନୁହେଁ ନିପଟ ମଫସଲ କଥା ବଖାଣୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏ ନେଇ ବାରମ୍ବାର ପ୍ରଶାସନ ତଥା ସ୍ଥାନୀୟ ଜନପ୍ରତିନିଧିଙ୍କୁ ଗୁହାରି କରିଥିଲେ ମଧ୍ୟ ଫଳ ମିଳିବାରେ ବିଳମ୍ବ ହେଉଛି। ଯଥାଶୀଘ୍ର ଶ୍ରୀବିହାରକୁ ଯୋଗାଯୋଗ ନିମନ୍ତେ ଭଲ ରାସ୍ତା ଓ ଡ୍ରେନ୍ର ସୁବନ୍ଦୋବସ୍ତ କରିବାକୁ ଶ୍ରୀବିହାର େଓ୍ଵଲ୍ଫେୟାର୍ ଆସୋସିଏସନ୍ର ସଭାପତି ସୁରେଶ ମିଶ୍ର ଦାବି କରିଛନ୍ତି।
ଶ୍ରୀହୀନ ଶ୍ରୀବିହାର : ନା ଅଛି ରାସ୍ତା ନା ଡ୍ରେନ୍
ହବ ହବ ବୋଲି ଗଲାଣି ୨୫ ବର୍ଷ
/sambad/media/post_attachments/wp-content/uploads/2018/02/raj-Shreebihar-Colony-Road1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)