ସୃଷ୍ଟି ଏକାଡେମି ଡେଭଲପମେଣ୍ଟ ଫାଉଣ୍ଡେସନ୍‌ ପକ୍ଷରୁ କର୍ମଶାଳା

ଭୁବନେଶ୍ବର: ସୃଷ୍ଟି ଏକାଡେମି ଡେଭଲପମେଣ୍ଟ ଫାଉଣ୍ଡେସନ୍ ପକ୍ଷରୁ ବି‌େଜବି ସ୍ବୟଂଶାସିତ ମହାବିଦ୍ୟାଳୟରେ ‘ଷ୍ଟାର୍ଟଅପ୍ ଏଣ୍ଟରପ୍ରିନ୍ୟୁରସିପ୍’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଷ୍ଟାର୍ଟଅପ୍ କ୍ଷେତ୍ରରେ ଆବଶ୍ୟକ ହେଉଥିବା ବିଭିନ୍ନ ବୈଷୟିକ ତଥ୍ୟ, ବିଭିନ୍ନ ସୂତ୍ରରୁ ମିଳୁଥିବା ପୁଞ୍ଜିର ବ୍ୟବସ୍ଥା, ଅନ୍ୟାନ୍ୟ ସହଯୋଗ ଆଦି ଉପରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସୃଷ୍ଟି ଏକାଡେମି ଡେଭଲପମେଣ୍ଟ ଫାଉଣ୍ଡେସନ୍‌ର ମ୍ୟାନେଜର୍‌ ଦିବ୍ୟଜ୍ୟୋତି ମହାପାତ୍ର ଏବଂ ବିଜେବି କଲେଜର ଆଇଏମ୍‌ବିଏ ବିଭାଗର ବିଭାଗୀୟ ମୁଖ୍ୟ ବିଷ୍ଣୁପ୍ରସନ୍ନ ପାଲ ଉଦ୍‌ଘାଟନ କରିଥିଲେ। ଏଥିରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁପ୍ରଭା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୃଷ୍ଟି ଏକାଡେମି ଡେଭଲପମେଣ୍ଟ ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ସରୋଜ ସାହୁ ଏବଂ ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜମେଣ୍ଟ ଅଧ୍ୟକ୍ଷ ସୁଶାନ୍ତ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ହୋ‌ଲସେଲର୍‌ ଡଟ୍‌କମ୍‌ର ପ୍ରତିଷ୍ଠାତା ପ୍ରୟାସ ମେହେର, ଇଂ. ଆର୍‌.କେ ମିଶ୍ର, ଇଂ. ଲିଙ୍ଗରାଜ ସେଠୀ ନୂଆ ଉଦ୍ୟୋଗୀମାନେ କିପରି ନିଜର ପରିଚୟ ସୃଷ୍ଟି କରିପାରିବେ, ତାହା କହିଥିଲେ। ଜିତେନ୍ଦୁ ନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର