ସୃଷ୍ଟି ଏକାଡେମି ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ୍ ପକ୍ଷରୁ କର୍ମଶାଳା

ଭୁବନେଶ୍ବର: ସୃଷ୍ଟି ଏକାଡେମି ଡେଭଲପମେଣ୍ଟ ଫାଉଣ୍ଡେସନ୍ ପକ୍ଷରୁ ମହିଳା ଉଦ୍ୟୋଗୀମାନଙ୍କ ନିମନ୍ତେ ଦିନିକିଆ କର୍ମଶାଳା ରମାଦେବୀ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ‌େହାଇଯାଇଛି। ଶହେରୁ ଅଧିକ ଛାତ୍ରୀ ଓ ମହିଳା ଯୋଗ ଦେଇଥିବା ଏହି କର୍ମଶାଳାରେ ମହିଳାମାନଙ୍କ ପାଇଁ ସୁଯୋଗ ରହିଥିବା ଉଦ୍ୟୋଗ, ଏଥିପାଇଁ ବିଭିନ୍ନ ଦିଗରୁ ମିଳୁଥିବା ସୁବିଧା ସୁଯୋଗ, ବୈଷୟିକ ତଥ୍ୟ ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମକୁ ରମାଦେବୀ ବିଶ୍ବବିଦ୍ୟାଳୟର ପିଜି କାଉନସିଲ୍‌ ଚେୟାରମ୍ୟାନ୍ ସରିତା ସୂପକାର ଉଦ୍‌ଘାଟନ କରିଥିଲେ। ଏଥିରେ ସାକ୍ରୋବୁଟିକ୍‌ସ ପ୍ରାଇଭେଟ୍‌ ଲିମିଟେଡର ସିଇଓ ସାକ୍ୟସିଂହ ମହାପାତ୍ର, ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟର ପ୍ରଫେସର ବରଦା ପ୍ରସାଦ ପାଣିଗ୍ରାହୀ, ଏଭାନ୍‌ ଜେ ଲିଷ୍ଟର ମୁଖ୍ୟ ପ୍ରଶାନ୍ତ ବିଶ୍ବାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଫଳ ମହିଳା ଉଦ୍ୟୋଗପତି କିପରି ହୋଇପାରି‌ବେ, ସେ ବିଷୟ‌ରେ କହିଥିଲେ। କାର୍ଯ୍ୟକ୍ରମରେ ୫ଜଣ ମହିଳା ଉଦ୍ୟୋଗପତି ନିଜର ଅଭିଜ୍ଞତା କହିଥିଲେ। ସୃଷ୍ଟି ଏକାଡେମି ଡେଭଲପମେଣ୍ଟ ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ସରୋଜ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଛାତ୍ରୀମାନେ କିପରି ମହିଳା ଉଦ୍ୟୋଗୀ ହୋଇପାରିବେ ସେ ବିଷୟରେ କହିଥିଲେ। ସୃଷ୍ଟି ଏକାଡେମିର ଅଧ୍ୟାପକ ପ୍ରଫେସର ଦିବ୍ୟଜ୍ୟୋତି ମହାପାତ୍ର ଏବଂ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦୁ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର