ସୃଷ୍ଟି ଏକାଡେମିର ‘କ୍ୟାମ୍ପସ ଟୁ କର୍ପୋରେଟ୍‌’

ଚନ୍ଦ୍ରଶେଖରପୁର: ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଣ୍ଟ ପକ୍ଷରୁ ‘କ୍ୟାମ୍ପସ ଟୁ କର୍ପୋରେଟ୍‌’ ଅନୁଷ୍ଠିତ ହୋଇଯାଇଛି। ଦେଶ ବିଦେଶରେ ବିଭିନ୍ନ କର୍ପୋରେଟ୍‌ ସଂସ୍ଥାରେ କାର୍ଯ୍ୟରତ ପୁରାତନ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ। ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଗଙ୍ଗାଧର ମିଶ୍ର ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ଖସଡ଼ା ପ୍ରସ୍ତୁତ ଉପରେ କହିଥିଲେ। ଅନୁଷ୍ଠାନର ସଫଳତା ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଦ୍ବାରା ହିଁ ସମ୍ଭବ ହୋଇଥାଏ। ଅନୁଷ୍ଠାନର ଚେୟାରମ୍ୟାନ ସରୋଜ କୁମାର ସାହୁ କହିଲେ, ୧୮ ବର୍ଷ ମଧ୍ୟରେ ଶିକ୍ଷାନୁଷ୍ଠାନ ଲଗାତାର ଦୁଇଥର ପାଇଁ ନାକ୍‌ ‘ଏ’ ଗ୍ରେଡ୍‌ ମାନ୍ୟତା ହାସଲ କରିଛି। ୟୁଜିସି ପକ୍ଷରୁ ସ୍ବୟଂଶାସିତ ମାନ୍ୟତା ମଧ୍ୟ ମିଳିଛି। ଏହି ଅବସରରେ କ୍ୟାମ୍ପସ ଟୁ କର୍ପୋରେଟ୍‌ ପତ୍ରିକା ଉନ୍ମୋଚନ କରାଯାଇଛି। ଶିକ୍ଷାନୁଷ୍ଠାନ ପକ୍ଷରୁ କ୍ୟାରିଅର ଆଡଭାନ୍ସଡ୍‌ ସ୍କିଲ୍‌ ଆଣ୍ଡ୍‌ ଡେଭଲ୍‌ପମେଣ୍ଟ ପାଠ୍ୟକ୍ରମ ପ୍ରଚଳନ କରିବାକୁ ବ୍ୟବସ୍ଥା ହୋଇଛି, ଯାହାକି ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ବିଶେଷ ସଫଳତା ଆଣିଦେବା ସହ କର୍ପୋରେଟ୍‌ ସଂସ୍ଥାରେ ନିଯୁକ୍ତି କ୍ଷେତ୍ରରେ କାମ କରିବାର ସୁଯୋଗ ପାଇବେ। ଅନ୍ୟମାନଙ୍କ ମଧ୍ୟରେ ଏକାଡେମିର ଅଧ୍ୟକ୍ଷ ସୁଶାନ୍ତ କୁମାର ଦାସ, ଆଲୁମିନି ଆସୋସିଏସନ୍‌ର ସଭାପତି ଅଂଶୁମାନ ନାରାୟଣ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର