ଭୁବନେଶ୍ବର: ରଜ ପର୍ବ ଅବସରରେ ଏସ୍ଏସ୍ ଦି ମାର୍ଟ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍ ଛକ ନିକଟରେ ନୂତନ ଫ୍ଲାଗ୍ସିପ୍ ଷ୍ଟୋର୍ ଖୋଲାଯାଇଛି। ଏହାକୁ ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀ ଆଜି ଉଦ୍ଘାଟନ କରିଛନ୍ତି। ଏହି ଦୁଇ ମହଲା ବିଶିଷ୍ଟ ଷ୍ଟୋର୍ ୧୦,୦୦୦ ବର୍ଗଫୁଟ ଅଞ୍ଚଳରେ ସ୍ଥାପନ କରାଯାଇଛି ଯେଉଁଠାରେ ଗ୍ରାହକମାନେ ଅନନ୍ୟ ସପିଙ୍ଗ ଅନୁଭୂତି ପାଇବେ। ଗ୍ରାହକମାନେ ଷ୍ଟୋର୍ରୁ ଗ୍ରୋସରି ସାମଗ୍ରୀ, ବାସନକୁସନଠାରୁ ଆରମ୍ଭ କରି ବେଡ୍ସିଟ୍ ପର୍ଯ୍ୟନ୍ତ ଘରକରଣା ସାମଗ୍ରୀ ଆଦି କିଣିପାରିବେ। ସବୁଠୁ ଶସ୍ତାରେ ସବୁଠୁ ଭଲ ଉତ୍ପାଦ ଯୋଗାଇବା ଲାଗି କମ୍ପାନି ପ୍ରୟାସ କରୁଥିବା ଜଣାଇଛି।
ଏହି ଅବସରରେ ଏସ୍ଏସ୍ ଦି ମାର୍ଟର ନିର୍ଦେଶକ ପ୍ରଣୟ ଅଗ୍ରୱାଲ୍ କହିଛନ୍ତି ଯେ ଗ୍ରାହକମାନେ ଷ୍ଟୋର୍ରେ ପ୍ରତି ରବିବାର ୨୦% ରିହାତି ପାଇପାରିବେ। ୧୨ ମାସ ସପିଙ୍ଗ କଲେ ଗୋଟିଏ ମାସ ମାଗଣାରେ ସପିଙ୍ଗ୍ କରିବା ସୁବିଧା ମିଳିବ। ଷ୍ଟୋର୍ରେ ପ୍ରତିଦିନ କିଛି ନା କିଛି ଅଫର ଓ ସେଲ୍ ଜାରି ରହିବ। ଅନ୍ୟତମ ନିର୍ଦେଶକ ବିନୟ ଅଗ୍ରୱାଲ୍ କହିଛନ୍ତି ଯେ ୨୦୧୩ରେ ଆମେ ଆମର ପ୍ରଥମ ଷ୍ଟୋର୍ ଅନୁଗୁଳରେ ଖୋଲିଥିଲୁ। ଏହି ୯ ବର୍ଷ ମଧ୍ୟରେ ଆମର ଷ୍ଟୋର୍ ସଂଖ୍ୟା ଅନୁଗୁଳରେ ୨, ତାଳଚେରରେ ୨ ଓ ଏହି ନୂତନ ଷ୍ଟୋର୍ ଉଦଘାଟନ ସହ ଭୁବନେଶ୍ବରରେ ଷ୍ଟୋର୍ ସଂଖ୍ୟା ୩ରେ ପହଞ୍ଚିଛି। ଆମେ ଓଡ଼ିଶାରୁ ସୃଷ୍ଟି ହୋଇଥିବା ଅନ୍ୟତମ ବୃହତ ରିଟେଲ୍ ଶୃଙ୍ଖଳା ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/44-7.jpg)